ଦଶପଲ୍ଲା : ନୟାଗଡ଼ ଜିଲ୍ଲା ଯଦୁପୁର ପରୀ ନିଖୋଜ ଓ ହତ୍ୟାକାଣ୍ତ ଘଟଣା ସାରାରାଜ୍ୟରେ ହଟଚମଟ ସୃଷ୍ଟି କରିଥିବା ବେଳେ ପୁଣି ଦଶପଲ୍ଲା ଅଞ୍ଚଳରୁ ଏକ ଶିଶୁକନ୍ୟା ନିଖୋଜ ହୋଇଥିବା ନେଇ ଅଭିଯୋଗ ହୋଇଛି। ନିଖୋଜ ଶିଶୁକନ୍ୟା ଜଣଙ୍କ ହେଉଛନ୍ତି ବାଣିଗୋଛା ଥାନା ଅଧୀନସ୍ଥ ନୂଆଗାଁ ପଞ୍ଚାୟତ ଧୁନ୍ଦୁଗାଡ଼ିଆ ଗ୍ରାମର କୁନା ନାୟକଙ୍କ ଝିଅ ବେବି ନାୟକ(୬)।
ବାଣିଗୋଛା ଥାନା ଅଧିକାରୀ ବୈଦ୍ୟ ନାରାୟଣ ଭୋଇଙ୍କ କହିବା ଅନୁଯାୟୀ ଗତକାଲି ବେବି ଓ ଅନ୍ୟ ୨ ଜଣ ସାଙ୍ଗ ଘର ସମ୍ମୁଖ ରାସ୍ତାରେ ଖେଳୁଥିଲେ। ବାପା କୁନା ପ୍ରାୟ ସାଢେ ୧୨ଟା ସମୟରେ ଘରକାମ ସାରି ଗାଧୋଇ ଯାଇଥିଲେ। ଘରକୁ ଫେରିବା ବେଳକୁ ଦାଣ୍ତରେ କିମ୍ବା ଘରେ ବେବିକୁ ଦେଖିନଥିଲେ। ଏପଟେ ବେବିଙ୍କ ସହ ଖେଳୁଥିବା ସାଙ୍ଗମାନେ ଠିକ୍ ଭାବେ କିଛି କହିପାରିନଥିଲେ। ପରିବାର ଓ ଗ୍ରାମବାସୀ ଖୋଜାଖୋଜି କରିଥିଲେ ମଧ୍ୟ କୈାଣସି ସନ୍ଧାନ ମିଳିନାହିଁ। କ୍ଷଣିକ ସମୟ ମଧ୍ୟରେ ବେବି କେଉଁଆଡେ ଗଲା ନା କେହି ଅପହରଣ କରି ନେଇଛି ତାକୁ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି। ଏପଟେ ଅଭିଯୋଗ ପାଇ ଥାନା ଅଧିକାରୀ ଶ୍ରୀ ଭୋଇ ଗ୍ରାମରେ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି। ତେବେ, ନିଖୋଜର ୩୬ ଘଣ୍ଟା ମଧ୍ୟରେ ବେବିଙ୍କର କୌଣସି ସନ୍ଧାନ ମିଳିନଥିବା ଜଣାପଡ଼ିଛି। ଗ୍ରାମରେ ମାତ୍ର ୧୨ରୁ ୧୫ଟି ପରିବାର ବସବାସ କରୁଥିଛନ୍ତି। ଗଁାରେ ପରସ୍ପର ମଧ୍ୟରେ ବି କୌଣସି ଶତ୍ରୁତା ନାହିଁ। ଏପରି ଏକ ପରିସ୍ଥିତି ବେବି କେଉଁଆଡ଼େ ଚାଲିଗଲେ, ତାହାକୁ ନେଇ ବିଭିନ୍ନ ପ୍ରକାର ଆଶଙ୍କା ସୃଷ୍ଟି ହୋଇଛି। ଏନେଇ ଥାନାରେ ୨୯/୨୧ରେ ଏକ ମାମଲା ରୁଜୁ ହୋଇଛି ଏବଂ ଘଟଣାର ଅଧିକ ତଦନ୍ତ ଚାଲିଥିବା ଶ୍ରୀ ଭୋଇ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/girl-ff.jpg)