ବୁର୍ଲା: ଭିମ୍ସାରରେ ଝାରସୁଗୁଡ଼ା ଜିଲ୍ଲାର ଜଣେ କରୋନା ରୋଗୀ ଭର୍ତ୍ତି ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାର ଲେପ୍ରିପଡା ଅଞ୍ଚଳର ଜଣେ ୫୧ ବର୍ଷୀୟ ବ୍ୟକ୍ତି ଗୁରୁତର ଅବସ୍ଥାରେ ଭିମ୍ସାର ଗତ ଗୁରୁବାର ଦିନ ସୁସ୍ଥ ହୋଇ ଘରକୁ ଯାଇଥିଲେ। ବୁଧବାର ଦିନ ରାଉରକେଲା ସରକାରୀ ଡାକ୍ତରଖାନାରୁ ଜଣେ ୭୦ ବର୍ଷ ବୟସ୍କ ବ୍ୟକ୍ତି ଗୁରୁତର ଅବସ୍ଥାରେ ଭିମ୍ସାରକୁ ଆସିଥିଲେ। ସେ କିଛି ଦିନ ପୂର୍ବରୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଥଣ୍ଡା, ଜ୍ୱର ଓ କାଶ ରେ ପୀଡ଼ିତ ହୋଇ ଭର୍ତ୍ତି ହୋଇଥିଲେ।
ତାଙ୍କର କିଡ୍ନି ସମସ୍ୟା ମଧ୍ୟ ରହିଥିବା ବେଳେ ତାଙ୍କର ସ୍ୱାସ୍ଥ୍ୟବସ୍ଥାରେ ଏବେ ସୁଧାର ଆସୁଥିବା ବେଳେ ଶନିବାର ବିଳମ୍ବିତ ରାତିରେ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରୁ ରେଫର୍ ହୋଇ ଏକ ୫୨ ବର୍ଷୀୟ ମହିଳା ଭିମ୍ସାରକୁ ଆସିଛନ୍ତି। ଭିମ୍ସାର ପ୍ରଥମ କୋଭିଡ଼ ହସ୍ପିଟାଲରେ ଏବେ ଦୁଇ ଜଣ କରୋନା ରୋଗୀ ଥିବା ବେଳେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଏବେ ଠିକ୍ ଅଛି ବୋଲି ପ୍ରଥମ କୋଭିଡ଼ ହସ୍ପିଟାଲର ଇନ୍ଚାର୍ଜ ଡାକ୍ତର ୱାଇ.ପି ସାହୁ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/5-10.jpg)