ଝାରସୁଗୁଡ଼ାରେ ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ

ଝାରସୁଗୁଡା: ଝାରସୁଗୁଡ଼ାରେ ଆଜି ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ଜିଲ୍ଲାପାଳ ସରୋଜ କୁମାର ସାମଲ ସୂଚନା ଦେଇଛନ୍ତି। ଆକ୍ରାନ୍ତ ୩୫ ବର୍ଷିୟ ପୁରୁଷ ସୁରଟରୁ ଗତ ୨୬.୫.୨୦ରେ ଫେରିଥିଲେ। ସେ ଗଞ୍ଜାମ ଜଗନ୍ନାଥପୁରଠାରେ ଓହ୍ଳାଇଥିବା ବେଳେ ତାଙ୍କୁ ପ୍ରଶାସନ ପକ୍ଷରୁ ଏଠାକୁ ଅଣାଯାଇ ଏକାତାଲି ହାଇସ୍କୁଲଠାରେ ଥିବା ସରକାରୀ କ୍ବାରାଣ୍ଟିନ୍‌ରେ ରଖାଯାଇଥିଲା।

ଗତ ୩୧ ତାରିଖ ଦିନ ତାଙ୍କର ସ୍ବାବ୍‌ ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ଆଜି ରିପୋର୍ଟ ପଜିଟିଭ୍‌ ଆସିଛି। ତେବେ ସେ ସରକାରୀ କ୍ବାରାଣ୍ଟିନ୍‌ରେ ଥିବାରୁ ଏଥିରେ ବିବ୍ରତ କିମ୍ବା ଆତଙ୍କିତ ନହେବାକୁ ଜିଲ୍ଲାପାଳ ଶ୍ରୀ ସାମଲ ସୂଚନା ଦେଇଛନ୍ତି। ଆଜିର ପଜିଟିଭ୍‌ କେସ୍‌ ଜିଲ୍ଲାର ନବମ କେସ୍‌ ହୋଇଥିବା ବେଳେ ପୂର୍ବରୁ ୭ ଜଣ ସୁସ୍ଥ ହୋଇ ସାରିଛନ୍ତି।

ସମ୍ବନ୍ଧିତ ଖବର