କଳାହାଣ୍ଡି ଜିଲ୍ଲାରେ ପୁଣି ଜଣେ କରୋନା ପଜିଟିଭ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୮୬କୁ ବୃଦ୍ଧି

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ଆଜି ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସମ୍ପୃକ୍ତ ବ୍ୟକ୍ତି ଜଣକ ଧର୍ମଗଡ଼ ଅଞ୍ଚଳର ହୋଇଥିବା ବେଳେ ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ତାଙ୍କ ସ୍ୱାବ ପରୀକ୍ଷା ପାଇଁ ପଠା ଯାଇଥିଲା । ଆଜି ତାଙ୍କ ସ୍ୱାବ ପଜିଟିଭ ଆସିବା ପରେ ତାଙ୍କୁ ଭବାନୀପାଟଣା ସ୍ଥିତ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଆଜିର ଜଣେ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୮୬କୁ ପହଞ୍ଚିଛି ।

ସମ୍ବନ୍ଧିତ ଖବର