୭ ଦାଦନ ବନ୍ଧକ ଘଟଣା, ଆଉ ଜଣେ ଦାଦନ ସର୍ଦାର କୋର୍ଟ ଚାଲାଣ

କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ଓ ଆମପାଣି ଥାନା ଅଞ୍ଚଳର ୭ ଜଣ ଶ୍ରମିକ ରାଜ୍ୟ ବାହାରେ ବନ୍ଧକ ଥିବା ଘଟଣାରେ ପୁଲିସ ଆଉ ଜଣେ ଦାଦନ ସର୍ଦାର ଛତିଶଗଡ଼ ରାଜ୍ୟ କୁଣ୍ଡାଗା ଜିଲ୍ଲା କେଶକାଲ ଥାନା ଗୋରାବଣ୍ଡି ଗାଁର ସୀତାରାମ ପାଣ୍ଡେ ଓରଫ ସନ୍ତୋଷକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ପୁଲିସ ସୂତ୍ରରୁ ପ୍ରକାଶ ‌ଯେ, ଉକ୍ତ ୭ ଜଣ ଶ୍ରମିକଙ୍କୁ ଅଧିକ ରୋଜଗାରର ଲୋଭ ଦେଖାଇ ଗତ ବର୍ଷ ଅକ୍ଟୋବର ମାସରେ ଦାନନ ଖଟିବାକୁ ମଧ୍ୟପ୍ରଦେଶ ରାଜ୍ୟର ଖାର୍ବାକୁ ନିଆଯାଇଥିଲା। ସେଠାରେ ବୋରୱେଲ ଠିକାସଂସ୍ଥାରେ ଏମାନଙ୍କୁ ବନ୍ଧକ ପକାଇ ଦେଇଥିଲେ ଧର୍ମଗଡ଼ ବ୍ଲକ୍‌ ଛତାଗୋଏରା ଗ୍ରାମର ଦାଦନ ସର୍ଦାର କୃଷ୍ଣ ଦୁର୍ଗା। ଏହି ଘଟଣାରେ କୃଷ୍ଣଙ୍କୁ ସୀତାରାମ ସହଯୋଗ କରିଥିଲେ। ଶ୍ରମିକଙ୍କ ପରିବାର ଲୋକଙ୍କ ଅଭିଯୋଗ ପରେ ବନ୍ଧକ ଶ୍ରମିକମାନଙ୍କୁ ପୁଲିସ ଉଦ୍ଧାର କରିଥିଲା। ଏହି ମାମଲାରେ କୃଷ୍ଣ ଦୁର୍ଗାଙ୍କୁ ପୂର୍ବରୁ ଗିରଫ କରାଯାଇଥିଲା। ୫ ମାସ ପରେ ଛତିଶଗଡ଼ରୁ ସୀତାରାମଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରାଯାଇଥିଲା ବୋଲି ଥାନା ଅଧିକାରୀ ବାସୁଦେବ ଛାତ୍ରିଆ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର