କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ ଅଞ୍ଚଳରେ ଆଉ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଗତକାଲି ପରମାନନ୍ଦ ଲହଜଲ ବିଷ ପିଇ ଆତ୍ମହତ୍ୟା କରିଥିବାବେଳେ ଆଜି ସୁନାମାଳ ଗାଁର ଚାଷୀଙ୍କ ଗଣେଶ ସାହୁ (୨୫) ଆତ୍ମହତ୍ୟା କରିଛନ୍ତି। ଦୁଇ ଦିନରେ ୨ ଚାଷୀ ଆତ୍ମହତ୍ୟା କରିବା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ମୃତ ଚାଷୀ ଗଣେଶ ଚଳିତ ବର୍ଷ ପୈତୃକ ସ˚ପତ୍ତିରୁ ୪ଏକର ଚାଷ କରିଥିଲେ। ସେ ଏଥିପାଇଁ ଲଡୁଗାଁ ବ୍ୟାଙ୍କରୁ ଋଣ କରିଥିଲେ। ଭଲ ଫସଲ ଅମଳ ହେଇଥାନ୍ତା। କିନ୍ତୁ ଠିକ ସମୟରେ ବର୍ଷା ଧୋକା ଦେଲା। ପଡ଼ୋଶୀଙ୍କ କହିବାନୁଯାୟୀ, ପ୍ରାୟ ୮୦ ଘଣ୍ଟା ପାଇପ ଲଗାଇ ଗଣେଶ ଜମିରେ ପାଣି ମଡାଇଥିଲେ। କିନ୍ତୁ, କାମକୁ ଆସିଲା ନାହିଁ। ଉଜୁଡ଼ା ଫସଲ ଯୋଗୁଁ ଋଣ ଶୁୁଝିବା ନେଇ ଚିନ୍ତାରେ ଥିଲେ ଗଣେଶ। ଶେଷରେ ଶୁକ୍ରବାର ଭଡ଼ାରେ ନେଇଥିବା ତାଙ୍କ ଦରଜି ଦୋକାନରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ।
ଜୀବନ ହାରିଲେ ଆଉ ଜଣେ ଚାଷୀ : କଳାହାଣ୍ଡିରେ ଦୁଇ ଦିନରେ ୨ ମୃତ
/sambad/media/post_attachments/wp-content/uploads/2018/10/da-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)