କରୋନା‌ରେ ଗଞ୍ଜାମର ଆଉ ଜଣେ ସାମ୍ବାଦିକ ମୃତ

ଗୋଳନ୍ଥରା : କରୋନା ମହାମାରୀ ଗଞ୍ଜାମ ଜିଲ୍ଲାର ଆଉ ଜଣେ ସାମ୍ବାଦିକଙ୍କ ଜୀବନ ନେଇଛି। ମୃତକ ଜଣକ ହେଲେ, ବିଷ୍ଣୁପ୍ରସାଦ ପାତ୍ର (୪୨) ଓ ତାଙ୍କ ଘର ବ୍ରହ୍ମପୁର ସହର ଉପକଣ୍ଠ ରଙ୍ଗେଇଲୁଣ୍ଡା ବ୍ଲକ୍‌ ରଣ୍ଢା ଗ୍ରାମରେ। ଏହି ଖବର ପ୍ରଚାର ହେବା କ୍ଷଣି ଗଞ୍ଜାମ ଜିଲ୍ଲାର ସାମ୍ବାଦିକଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି।

ବିଷ୍ଣୁ କିଛି ଦିନ ଧରି ଜ୍ବର ଓ କାଶରେ ପୀଡ଼ିତ ହେବା ପରେ ଗତ ୨ ତାରିଖରେ ସ୍ବାବ୍ ନମୁନା ପରୀକ୍ଷା କରାଇଥିଲେ। ରିପୋର୍ଟ ପଜିଟିଭ୍ ଆସିବାରୁ ଦୁଇ ଦିନ ଧରି ଘରୋଇ ସଙ୍ଗରୋଧରେ ଥିଲେ। ଗତ ୪ ତାରିଖରେ ନିଃଶ୍ବାସପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରିବାରୁ ରାତାରାତି କିଛି ବନ୍ଧୁଙ୍କ ସହଯୋଗରେ ତାଙ୍କୁ ଶୀତଳାପଲ୍ଲୀସ୍ଥିତ ଟାଟା କୋଭିଡ୍ ହସ୍ପିଟାଲ୍‌ରେ ଭର୍ତ୍ତି କରା ଯାଇଥିଲା। ଅକ୍ସିଜେନ୍ ମାତ୍ରା ସ୍ଥିର ରହୁ ନଥିବାରୁ ଧୀରେ ଧୀରେ ତାଙ୍କ ଅବସ୍ଥା ସଂକଟାପନ୍ନ ହେବାକୁ ଲାଗିଲା। ରବିବାର ସକାଳେ ବିଷ୍ଣୁ ଶେଷ ନିଃଶ୍ବାସ ତ୍ୟାଗ କରିଥିବା ବିଷ୍ଣୁ ଦୀର୍ଘ ୨୦ ବର୍ଷ ଧରି ବିିଭିନ୍ନ ଖବରକାଗଜରେ ବ୍ରହ୍ମପୁରର ପ୍ରତିନିଧି ଭାବେ ଦାୟିତ୍ବ ତୁଲାଇ ଆସୁଥିଲେ। ବର୍ତ୍ତମାନ ‘କଳିଙ୍ଗ ଦର୍ପଣ’ ‌ନାମକ ଏକ ୱେବ୍ ଚ୍ୟାନେଲ୍ ପରିଚାଳନା କରି ଆସୁଥିଲେ। କ‌ରୋନା ମହାମାରୀର ଦ୍ବିତୀୟ ଲହର୍‌ରେ ଏହାକୁ ମିଶାଇ ଏବେ ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ୬ ଜଣ ସାମ୍ବାଦିକଙ୍କ ମୃତ୍ୟୁ ଘଟିସାରିଲାଣି।

ସମ୍ବନ୍ଧିତ ଖବର