ପୁଣି ଜଣେ ଅଧ୍ୟାପକଙ୍କ ଆତ୍ମହତ୍ୟା, କୂଅରେ ରଶି ଲଗାଇ ଝୁଲିପଡ଼ିଲେ

ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍‌ ଅନ୍ତର୍ଗତ ବିଡିପୁରସ୍ଥିତ ଦେବସ୍ଥାନ ମହାବିଦ୍ୟାଳୟର ଇତିହାସ ବିଭାଗ ମୁଖ୍ୟ ଅଧ୍ୟାପକ ଡ. ପ୍ରଭାକାର ମହାପାତ୍ର ଆତ୍ମହତ୍ୟା କରିଛନ୍ତି। ଘରର ପଛପଟେ ଥିବା କୂଅରେ ରଶି ଲଗାଇ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଗତକାଲି, ହିଞ୍ଜିଳିକାଟୁ ଅନ୍ତର୍ଗତ କଙ୍କୋରଡା ବିଜ୍ଞାନ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟାପକ ରାଜେନ୍ଦ୍ରକୁମାର ଭୂୟାଁଙ୍କ ମୃତଦେହ ଏକ ବନ୍ଦ ଘରୁ ଉଦ୍ଧାର କରାଯାଇଥିଲା। ସେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି।

ମୃତ ଅଧ୍ୟାପକ ଡ. ମହାପାତ୍ରଙ୍କ ଘର ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ‌ମହୁଲିଆ। ସେ ସ୍ଥାନୀୟ ଉଢ଼ୁରା ଗ୍ରାମରେ ଭଡାରେ ରହୁଥିଲେ। ଗତକାଲି ରାତିରେ ତାଙ୍କ ସହିତ ପତ୍ନୀ ଓ ଝିଅ ଥିଲେ। ଆଜି ପ୍ରାତଃ ସମୟରେ ରହୁଥିବା ଘରର ପଛପଟେ ଥିବା କୂଅରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ପରିବାରବର୍ଗ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। କିନ୍ତୁ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ହୋଇ ରହିଛି।

ଦୁଇ ଅଧ୍ୟାପକଙ୍କ ଆତ୍ମହତ୍ୟା ଘଟଣା ସମ୍ପୃକ୍ତ କଲେଜର ଅଧ୍ୟାପକ ଓ ଛାତ୍ରଛାତ୍ରୀ ମହଲରେ ଶୋକର ଛାୟା ଖେଳାଇ ଦେଇଛି।

ସମ୍ବନ୍ଧିତ ଖବର