ଜୁଲାଇ ୧୦ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସମ୍ଭାବନା : ସ୍କାଏମେଟ୍

ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଆସନ୍ତା ୪-୫ ଦିନ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ବ୍ୟକ୍ତି କରିଛି ପାଣିପାଗ ବିଭାଗ । ବିଶେଷକରି ୧୦ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ତେବେ ଏହି ଲଘୁଚାପ ଶେଷ ହେଉ ହେଉ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ଦାନା ବାନ୍ଧିବାର ସମ୍ଭାବନା ଦେଖାଗଲାଣି ।

ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟର ପୂର୍ବାନୁମାନ ଅନୁସାରେ ଆସନ୍ତା ୧୦ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଏହି ଲଘୁଚାପର ଗତିପଥ ବର୍ତ୍ତମାନର ଲଘୁଚାପର ଗତି ପଥ ସହିତ ସମାନ ରହିପାରେ । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ଲଘୁଚାପଟି ବର୍ତ୍ତମାନର ଲଘୁଚାପ ତୁଳନାରେ ଅଧିକ ଶକ୍ତିଶାଳୀ ହେବାର ସମ୍ଭାବନା ରହିଛି ।

ଲଗାତାର ଲଘୁଚାପ ଯୋଗୁଁ ଜୁଲାଇ ମାସରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହା ଫଳରେ ଜୁନ ମାସରେ ହୋଇଥିବା ବର୍ଷା ନିଅଣ୍ଟ ଭରଣା ହେବାର ସମ୍ଭାବନା ରହିଛି । ଓଡ଼ିଶା, ଛତିଶଗଡ଼, ମଧ୍ୟପ୍ରଦେଶ, ବିଦର୍ଭ ଓ ଗୁଜୁରାଟରେ ଏବେ ବର୍ଷା ନିଅଣ୍ଟ ପରିମାଣ ୩୦ ରୁ ୩୫  ପ୍ରତିଶତ ରହିଛି । କିନ୍ତୁ ଆସନ୍ତା ୭ରୁ ୧୦ ଦିନ ମଧ୍ୟରେ ପ୍ରବଳ ବର୍ଷା କାରଣରୁ ଏହି ନିଅଣ୍ଟ ଭରଣା ହୋଇଯିବ ବୋଲି ସ୍କାଏମେଟ କହିଛି ।

ସମ୍ବନ୍ଧିତ ଖବର