ଭୁବନେଶ୍ବର : ଗତ ୬ ତାରିଖରେ ବଙ୍ଗୋପସାଗରରେ ହୋଇଥିବା ଲଘୁଚାପ କାରଣରୁ ରାଜ୍ୟରେ ଭଲ ବର୍ଷା ହୋଇଥିଲା । ତେବେ ଆସନ୍ତା ୧୧ ତାରିଖରେ ଆଉ ଏକ ଲଘୁଚାପ କ୍ଷେତ୍ର ହେବାର ସମ୍ଭାବନା ରହିଛି । ସୃଷ୍ଟି ହେବାର ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହେବ ବୋଲି ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏହି ଲଘୁଚାପ ପ୍ରଭାବରେ ଓଡ଼ିଶା ସମେତ କେତେକ ରାଜ୍ୟରେ ଭଲ ବର୍ଷା ହେବାର ସମ୍ଭାବନା ରହିଛି ।
ଚଳିତ ବର୍ଷ ଜୁଲାଇ ଓ ଅଗଷ୍ଟ ମାସରେ ନିଅଣ୍ଟିଆ ବର୍ଷା ଯୋଗୁଁ ଓଡ଼ିଶା ସମେତ କେତେକ ରାଜ୍ୟରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି । ଅଗଷ୍ଟ ଶେଷସୁଦ୍ଧା ବର୍ଷା ନିଅଣ୍ଟ ପରିମାଣ ୨୪ ପ୍ରତିଶତ ଥିଲା । କିନ୍ତୁ ଚଳିତ ସେପ୍ଟେମ୍ବର ମାସରେ ଭଲ ବର୍ଷା କାରଣରୁ ବର୍ଷା ନିଅଣ୍ଟ ପରିମାଣ କମିବାର ଆଶା ଦେଖାଦେଇଛି ।
#୧୧ସେପ୍ଟେମ୍ବର ବେଳକୁ ଉତ୍ତର-#ବଙ୍ଗୋପସାଗର ତତ ସଂଲଗ୍ନ #କେନ୍ଦ୍ରୀୟ-ବଙ୍ଗୋପସାଗର ଅଞ୍ଚଳରେ ଏକ #ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ଏବଂ ଏହା ସୃଷ୍ଟି ହେବାର #୨୪ଘଣ୍ଟା ମଧ୍ୟରେ ଆହୁରି #ଘନୀଭୂତ ହେବାର ସମ୍ଭାବନା ରହୁଛି |#Monsoon2021 #monsoon pic.twitter.com/gcoen4ls6X
— Meteorological Centre, Bhubaneswar (@mcbbsr) September 8, 2021
ଗତ ୬ ତାରିଖରେ ହୋଇଥିବା ଲଘୁଚାପ କାରଣରୁ ପୂର୍ବ ଓ ମଧ୍ୟ ଭାରତରେ ଭଲ ବର୍ଷା ହୋଇଛି । ଏପରିକି ମହାରାଷ୍ଟ୍ର ଓ ଗୁଜୁରାଟରେ ବି ଭଲ ବର୍ଷା ହୋଇଛି । ଫଳରେ ବର୍ଷା ନିଅଣ୍ଟ ପରିମାଣ ୮ ପ୍ରତିଶତକୁ ଖସିଆସିଛି । ଆଗକୁ ୧୧ ତାରିଖରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପର ସମ୍ଭାବନା ଥିବାରୁ ଆଗକୁ ବର୍ଷା ପରିମାଣ ଆହୁରି ବଢିବ, ଫଳରେ ନିଅଣ୍ଟ ପରିମାଣ ଆହୁରି କମିବା ଆଶା କରାଯାଉଛି ।