ରାୟଗଡା : ଗତ ୩ ତାରିଖ ଆନ୍ଧ୍ରପ୍ରଦେଶ ଗ୍ରାନାଇଟ୍ କ୍ୱାରି ବିସ୍ଫୋରଣରେ ଆଉ ଜଣେ ଓଡ଼ିଆ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ସେ ହେଉଛନ୍ତି ପାଣ୍ଡବ ଲେଙ୍କା (୩୮ବର୍ଷ)। ପାଣ୍ଡବଙ୍କ ଘର ପୁରୀ ଜିଲ୍ଲା ଗୁଞ୍ଜରର ମନପଡ଼ା। ସେ ଓ ତାଙ୍କ ପରିବାର ଗତ କିଛି ଦିନ ଧରି ରମ୍ଭା ଥାନାର ବିଟି ନୂଆଗାଁରେ ରହୁଥିଲେ। ତାଙ୍କ ମୃତ୍ୟୁ ସହିତ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ, ଶ୍ରମିକମାନଙ୍କୁ ନିୟୋଜିତ କରିଥିବା ଜଣେ ଦଲାଲକୁ ଗିରଫ କରାଯାଇଥିବା ଜଣାପଡ଼ିଛି।
ଆଉ ଜଣେ ଓଡ଼ିଆ ଶ୍ରମିକ ମୃତ
/sambad/media/post_attachments/wp-content/uploads/2018/08/blast-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)