କୋଟିଆ ପ୍ରସଂଗକୁ ନେଇ ଆଉ ଏକ ଜନସ୍ବାର୍ଥ ମାମଲା

କଟକ : କୋଟିଆ ପ୍ରସଂଗ ନେଇ ହାଇକୋର୍ଟରେ ଆଉ ଏକ ଜନସ୍ବାର୍ଥ ମାମଲା ଦାୟର ହୋଇଛି। ହାଇକୋର୍ଟର ଆଇନଜୀବୀ ଦେବଦତ୍ତ କବି ଶତପଥୀଙ୍କ ପକ୍ଷରୁ ଦାୟର ଏହି ଆବେଦନରେ ଦର୍ଶାଯାଇଛି ଯେ ପଡୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶର ଦାଦାଗିରି ତଥା ଫେବ୍ରୁଆରି ୧୩ ଓ ୧୭ରେ ସୀମାନ୍ତବର୍ତ୍ତୀ କୋଟିଆ ଗ୍ରାମ ସମୂହ ଓ ଅନ୍ୟ କେତେକ ଅଞ୍ଚଳରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆୟୋଜନ ଉଦ୍ୟମକୁ ଦୃଢ ଭାବେ ବିରୋଧ କରାଯିବା ଉଚିତ। ଆନ୍ଧ୍ରପ୍ରଦେଶ ସରକାରଙ୍କ କର୍ମଚାରୀ ବେଶରେ ଅନଧିକୃତ ଭାବେ ବଳପୂର୍ବକ ଓଡ଼ିଶାରେ ଅନୁପ୍ରବେଶ କରି କୋରାପୁଟର କୋଟିଆ ଓ ଅନ୍ୟ ସ୍ଥାନରେ ନିର୍ବାଚନ ପରିଚାଳନା କରିବାକୁ ଯାଉଥିବା ବ୍ୟକ୍ତିଙ୍କୁ ଏଥିରୁ ବିରତ କରାଇ ସେମାନଙ୍କୁ ଓଡ଼ିଶା ମାଟିରୁ ବହିଷ୍କାର କରାଯାଉ। ଏହି ସବୁ ଅଞ୍ଚଳ ଓଡ଼ିଶାର ହୋଇଥିବା ବେଳେ ଏହାକୁ ନିୟନ୍ତ୍ରଣରେ ରଖିବାକୁ ଚିରସ୍ଥାୟୀ ଯୋଜନା ପ୍ରସ୍ତୁତ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧିତ ଖବର