ହାଓଡା-ପୁରୀ ମଧ୍ୟରେ ଆଉ ଏକ ବିଶେଷ ଟ୍ରେନ୍

ଭୁବନେଶ୍ବର : ଯାତ୍ରୀଙ୍କୁ ସୁବିଧାଜନକ ଯାତ୍ରା ପ୍ରଦାନ ସହ ହାୱଡ଼ା ଓ ପୁରୀ ମଧ୍ୟରେ ଚଳାଚଳ କରୁଥିବା ଟ୍ରେନଗୁଡ଼ିକରେ ଯାତ୍ରୀ ଭିଡ଼କୁ ଏଡ଼ାଇବା ପାଇଁ ଆଉ ଏକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ପୂର୍ବତଟ ରେଳପଥ ପକ୍ଷରୁ ନିଷ୍ପତ୍ତି ଅନୁଯାୟୀ ହାୱଡ଼ା-ପୁରୀ ସ୍ପେସାଲ୍(୦୮୧୭୯) ଅକ୍ଟୋବର ୯ରୁ ନଭେମ୍ବର ୬ ମଧ୍ୟରେ ହାୱଡ଼ାରୁ ପ୍ରତ୍ୟେକ ଶନିବାର ରାତି ୮ଟା ୩୫ରେ ଛାଡ଼ି ତା’ପରଦିନ ଭୋର ୪ଟା ୧୫ରେ ପୁରୀରେ ପହଞ୍ଚିବ।

ପ୍ରତ୍ୟାବର୍ତ୍ତନ ମାର୍ଗରେ ପୁରୀ-ହାୱଡ଼ା ସ୍ପେସାଲ୍(୦୮୧୮୦) ଅକ୍ଟୋବର ୧୦ରୁ ନଭେମ୍ବର ୭ ମଧ୍ୟରେ ପୁରୀରୁ ପ୍ରତ୍ୟେକ ରବିବାର ସନ୍ଧ୍ୟା ୭ଟା ୨୦ରେ ଛାଡ଼ି ତା’ପରଦିନ ଭୋର ୩ଟା ୩୦ରେ ହାୱଡ଼ାରେ ପହଞ୍ଚିବ। ଏହି ଟ୍ରେନରେ ୧୪ଟି ସ୍ଲିପର୍ କ୍ଲାସ୍ କୋଚ୍, ୫ଟି ଦ୍ଵିତୀୟ ଶ୍ରେଣୀ ସିଟିଂ କ୍ଲାସ୍ କୋଚ୍ ଓ ଦୁଇଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ଉପଲବ୍ଧ ହେବ। ଏହା ଖଡଗ୍‌ପୁର, ବାଲେଶ୍ୱର, ଭଦ୍ରକ, ଯାଜପୁର କେନ୍ଦୁଝର ରୋଡ଼, କଟକ, ଭୁବନେଶ୍ୱର ଓ ଖୋର୍ଦ୍ଧା ରୋଡ୍ ମଧ୍ୟରେ ଉଭୟ ଉଭୟ ପାର୍ଶ୍ୱରୁ ରହଣି କରିବ।

ସମ୍ବନ୍ଧିତ ଖବର