ରାୟଗଡ଼ା/ଭୁବନେଶ୍ବର: ରାୟଗଡ଼ାର ହୋଟେଲ (ସାଈ ଇଣ୍ଟରନ୍ୟାସନାଲ)ରେ ଋଷୀୟ ସାଂସଦଙ୍କ ସହ ୨ ଜଣଙ୍କ ମୃତ୍ୟୁ ଘଟଣାରେ ତଦନ୍ତ ତ୍ୱରାନ୍ୱିତ କରିବା ପାଇଁ କ୍ରାଇମବ୍ରାଞ୍ଚ ଆଉ ଏକ ଟିମ୍ ଗଠନ କରିଛି। ଡିଏସ୍ପି ସରୋଜ ମହାନ୍ତଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍ ଗଠିତ ହୋଇଛି କ୍ରାଇମବ୍ରାଞ୍ଚ ଟିମ୍କୁ ସହଯୋଗ କରିବାକୁ ୨ ଫୋରେନସିକ୍ ଏକ୍ସପର୍ଟ ସାମିଲ ରିହବେ। ଏହି ଟିମ୍ ରାୟଗଡ଼ା ଯାଇଛି। ଏହି ଟିମ୍ ଘଟଣାସ୍ଥଳକୁ ଯିବେ। ଘଟଣାସ୍ଥଳରୁ ପ୍ରମାଣ ସଂଗ୍ରହ କରିବା ସ୍ଥାନୀୟ ପୁଲିସ ସହ ଆଲୋଚନା କରି ପରବର୍ତ୍ତୀ ପଦକ୍ଷେପ ନେବେ। କ୍ରାଇମବ୍ରାଞ୍ଚ ଟିମ ଏହି ଘଟଣାରେ ମୃତକଙ୍କ ସାଥୀରେ ଆସିଥିବା ଅନ୍ୟ ୨ ଜଣ ଋଷୀୟ ନାଗରିକଙ୍କୁ ପଚରାଉଚରା କରିଛନ୍ତି।
ଋଷୀୟ ସାଂସଦଙ୍କ ସହ ୨ ଜଣଙ୍କ ମୃତ୍ୟୁ ଘଟଣା: ତଦନ୍ତ ପାଇଁ ଆଉ ଏକ ଟିମ୍ ଗଠନ କଲା କ୍ରାଇମ୍ବ୍ରାଞ୍ଚ
/sambad/media/post_attachments/wp-content/uploads/2022/12/Presentation1-97-640x430-2.jpg)