ଭୁବନେଶ୍ୱର: କରୋନାକୁ ନେଇ ଆଜି ରାଜ୍ୟରୁ ମିଳିଛି ମିଶ୍ରିତ ଖବର । କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିବା ହଟସ୍ପଟ ରାଜଧାନୀ ଭୁବନେଶ୍ୱରରର ୩ ଜଣ କରୋନା ଆକ୍ରାନ୍ତ ସଂପୂର୍ଣ୍ଣ ଆରୋଗ୍ୟଲାଭ କରିବା ପରେ କୋଭିଡ ହସ୍ପିଟାଲରୁ ଆଜି ନିଜ ଘରକୁ ଫେରିଯାଇଛନ୍ତି ।
Three more positive cases of COVID 19 in Odisha, all from Bhubaneswar, have recovered and are being discharged.
With this the total recoveries of the State stand at 24.
— H & FW Dept Odisha (@HFWOdisha) April 18, 2020
ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ 8619ଟି ନମୂନା କୋଭିଡ୍-୧୯ ପରୀକ୍ଷା କରାଯାଇଛି।
ବର୍ତ୍ତମାନ ସୁଦ୍ଧା ସମୁଦାୟ 61 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।
21 ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି।
ସକ୍ରିୟ ଥିବା ସଂକ୍ରମିତଙ୍କ ସଂଖ୍ୟା 39 ରହିଛି।
103 ଜଣ ହସ୍ପିଟାଲ୍ ଆଇସୋଲେସନରେ ଅଛନ୍ତି। pic.twitter.com/Aek8QFBUGq
— I & PR Department, Odisha (@IPR_Odisha) April 18, 2020
ସେହିପରି ଆଜି ରାଜ୍ୟରେ ଆଉ ଜଣେ ନୂତନ କରୋନା ପଜିଟିଭ ରୋଗୀଙ୍କୁ ଚିହ୍ନଟ କରାଯାଇଛି । ତେବେ, ନୂତନ କରୋନା ଆକ୍ରାନ୍ତଙ୍କ ସଂପର୍କରେ ସବିଶେଷ ତଥ୍ୟ ହସ୍ତଗତ ହୋଇପାରି ନାହିଁ। ଫଳରେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୧କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ମିଳିଥିବା ସଦ୍ୟତମ ସୂଚନା ଅନୁଯାୟୀ ଗତକାଲି ୧୨ ଘଟିକା (ମଧ୍ୟରାତ୍ର) ସୁଦ୍ଧା ୮ ହଜାର ୬୧୯ ନମୁନା ପରୀକ୍ଷାର ରିପୋର୍ଟ ମିଳିଛି । ଏଥି ମଧ୍ୟରୁ ୬୧ଟି ପରୀକ୍ଷା ରିପୋର୍ଟ ପଜିଟିଭ ରହିଛି । ରାଜ୍ୟରେ ପଜିଟିଭ ବ୍ୟକ୍ତିଙ୍କ ସଂଖ୍ୟା ୦.୭ । ବର୍ତ୍ତମାନ ସୁଦ୍ଧା ସୁସ୍ଥ ହୋଇ ଡାକ୍ତରଖାନାରୁ ଘରୁକୁ ଫେରିଛନ୍ତି ୨୪ ଜଣ । ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ସକ୍ରିୟ ଥିବା ୩୬ ଜଣ କରୋନା ରୋଗୀ ଏବେ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲମାନଙ୍କରେ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି ।