କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାରେ ଭୂତଳ ଜଳସ୍ତର ସ୍ଥିତି ଅତି ସ˚ଗିନ୍। ଅଧା ବ୍ଲକ୍ ଲବଣାକ୍ତ। ବିଶୁଦ୍ଧ ପାଣି ପାଇଁ ଚାରିଟି ବ୍ଲକ୍ର ଲୋକମାନେ ବର୍ଷାତମାମ୍ ହନ୍ତସନ୍ତ ହେଉଛନ୍ତି। କେଉଁଠି ମହିଳାମାନେ ରାସ୍ତାକଡ଼ରେ ପ୍ରତିଦିନ ଧାଡ଼ି ବାନ୍ଧି ଟ୍ୟାଙ୍କର୍ ଗାଡ଼ିକୁ ଅପେକ୍ଷା କରୁଛନ୍ତି ତ’ ଆଉ କେଉଁଠି ଲୋକେ ସାଇକଲ୍ ଓ ଗାଡ଼ିରେ ଗରା, ବାଲ୍ତି ବାନ୍ଧି ପାଣି ପାଇଁ ମାଇଲ୍ ମାଇଲ୍ ଦୂର ଯାଉଛନ୍ତି। ତେବେ ଜଳକଷ୍ଟରୁ ମୁକ୍ତି ପାଇବା ପାଇଁ ଜିଲ୍ଲାବାସୀଙ୍କୁ ଆହୁରି ଦେଢବର୍ଷ ଅପେକ୍ଷା କରିବାକୁ ପଡ଼ିବ। ୨୦୨୫ ନଭେମ୍ବର-ଡିସେମ୍ବର ପୂର୍ବରୁ ଜିଲ୍ଲାର ପାଞ୍ଚଟି ବ୍ଳକ୍ରେ ସରିବନି ପାଣି ପ୍ରକଳ୍ପ। ମହାକାଳପଡ଼ା-ମାର୍ଶାଘାଇ ମେଗା ପ୍ରକଳ୍ପ ଆସନ୍ତା ଡିସେମ୍ବରରେ ସରିବ। ବିଧାନସଭାରେ ପଞ୍ଚାୟତିରାଜ ମନ୍ତ୍ରୀ ଏହି ଉତ୍ତର ରଖିଛନ୍ତି। ସୁତରାଂ ଅଧା ଜିଲ୍ଲାର ଲୋକମାନେ ଯେ ଆସନ୍ତାବର୍ଷ ଶେଷ ଯାଏ ଜଳକଷ୍ଟ ଭୋଗିବେ, ଏକଥା ମନ୍ତ୍ରୀଙ୍କ ଉତ୍ତରରୁ ସ୍ପଷ୍ଟ ହୋଇଛି।
ବିଧାନସଭାରେ ମନ୍ତ୍ରୀ ଦେଲେ ଉତ୍ତର
୨୦୨୫ ପୂର୍ବରୁ ସରିବନି ୫ ବ୍ଲକ୍ର ପାଣି ପ୍ରକଳ୍ପ
କେନ୍ଦ୍ରାପଡ଼ା ଏଭଳି ଏକ ଜିଲ୍ଲା ଯାହାର ଚାରିପାଖକୁ ନଦୀ ଘେରି ରହିଛି। ମହାନଦୀ, ପାଇକା, ଚିତ୍ରୋତ୍ପଳା, ଲୁଣା, କରାଣ୍ତିଆ, ବିରୂପା, ବ୍ରାହ୍ମଣୀ, ବୈତରଣୀ, ଖରସ୍ରୋତା, ଗୋବରୀ, କାଣି, ପାଟଶାଳା, ହ˚ସୁଆ, ଖୋଳା ଆଦି ଛୋଟବଡ଼ ପ୍ରାୟ ୧୪ଟି ନଦୀ ଏହି ଜିଲ୍ଲା ଦେଇ ପ୍ରବାହିତ ହୋଇଛି। ଅନେକ ନଦୀ ସମୁଦ୍ରରେ ଯାଇ ସିଧା ମିଶିଛି। ଚାରି ପାଖରେ ପାଣି ଥାଇ ସୁଦ୍ଧା ଭୂତଳ ଜଳସ୍ତର ସ˚କଟଜନକ ସ୍ଥିତିରେ ରହିଛି। ଜିଲ୍ଲାବାସୀ ବିଶୁଦ୍ଧ ପାଣି ଟୋପାଏ ପାଉନାହାନ୍ତି। ଖରାଦିନେ ଅବସ୍ଥା ସଂଗିନ୍ ହୋଇଯାଉଛି। ଲୋକେ ପାଣି ପାଇଁ ଘଣ୍ଟାଘଣ୍ଟା ଟ୍ୟାଙ୍କର୍ ଗାଡ଼ିକୁ ଅପେକ୍ଷା କରୁଛନ୍ତି। ଭୂତଳ ଜଳସ୍ତରର ସ୍ଥିତି ଉଦ୍ବେଗଜନକ ଥିବା ନେଇ ରିପୋର୍ଟ ଆସିବା ପରେ କେନ୍ଦ୍ର ସରକାର ରାଜ୍ୟର ଏକମାତ୍ର ଜିଲ୍ଲା ଭାବେ କେନ୍ଦ୍ରାପଡ଼ାକୁ ୨୦୧୯ରୁ ଜଳଶକ୍ତି ଅଭିଯାନରେ ସାମିଲ୍ କରିଛନ୍ତି। ଆହୁରି ସା˚ଘାତିକ କଥା ହେଉଛି, ଜିଲ୍ଲାର ଚାରିଟି ବ୍ଲକ୍ ମହାକାଳପଡ଼ା, ମାର୍ଶାଘାଇ, ରାଜନଗର ଓ ରାଜକନିକାକୁ ସ˚ପୂର୍ଣ୍ଣ ଲବଣାକ୍ତ ଅ˚ଚଳ ରୂପେ ମୂଲ୍ୟାଙ୍କନ କରାଯାଇଥିବା ବେଳେ ଗରଦପୁର ବ୍ଲକ୍ ନିରାପଦ ଜୋନ୍ରୁ ଡେଇଁ ସ˚ଗିନ୍ ପର୍ଯ୍ୟାୟକୁ ଚାଲି ଯାଇଥିବା ରିପୋର୍ଟରେ ଦର୍ଶାଯାଇଛି। ଏହି ଚାରିଟି ବ୍ଲକ୍ରେ ପାଣି ସମସ୍ୟା ଅନ୍ୟ ବ୍ଲକ୍ ଅପେକ୍ଷା ସବୁଠୁ ଅଧିକ। ଖାସ୍ ଏହି କାରଣରୁ ତତ୍କାଳୀନ ରାଜ୍ୟ ସରକାର ବସୁଧା ଯୋଜନାରେ ପ୍ରତି ଘରକୁ ପାଣି ପହଞ୍ଚାଇବା ପାଇଁ ଯୋଜନା କରିଥିଲେ। ଜିଲ୍ଲାରେ କେବଳ କେନ୍ଦ୍ରାପଡ଼ା ଓ ଡେରାବିଶକୁ ଛାଡ଼ି ଦେଲେ ବାକି ଛଅଟି ବ୍ଲକ୍ରେ ସଂପ୍ରତି ପାଣି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ମେଗା ପାଣି ପ୍ରକଳ୍ପ ପ୍ରଥମେ ମହାକାଳପଡ଼ା-ମାର୍ଶାଘାଇ ପାଇଁ ଆରମ୍ଭ ହୋଇଥିଲା। ମାତ୍ର ଜମି ସମସ୍ୟା ଓ ଏନ୍ଜିଟିକୁ ମାମଲା ଚାଲିଯିବା କାରଣରୁ ପ୍ରକଳ୍ପ ସମୟସୀମା ପୂରି ବହୁ ବର୍ଷ ବିତିଗଲାଣି। ସେହିଭଳି ଆଳି, ରାଜକନିକା, ପଟ୍ଟାମୁଣ୍ତାଇ, ରାଜନଗର ଓ ଗରଦପୁରରେ ମଧୢ ଅନୁରୂପ ଭାବେ ପାଣି ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଥିଲେ ମଧୢ ତାହା ବିଭିନ୍ନ କାରଣରୁ ବିଳମ୍ବ ହେଉଛି। ଏହାକୁ ନେଇ ଜନସାଧାରଣଙ୍କ ମଧୢରେ ପ୍ରବଳ ଅସନ୍ତୋଷ, ଆକ୍ରୋଶ ରହିଛି।
ଗତ ୩୦ ତାରିଖରେ ଏହି ପ୍ରସଙ୍ଗ ଉଠାଇ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ବର ବେହେରା ଜିଲ୍ଲାରେ ଚାଲିଥିବା ପାଣି ପ୍ରକଳ୍ପ କେବେ ସୁଦ୍ଧା ଶେଷ ହେବ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ପଞ୍ଚାୟତିରାଜ ଓ ଜଳଯୋଗାଣ ମନ୍ତ୍ରୀ ରବିନାରାୟଣ ନାୟକ କହିଛନ୍ତି, ମହାକାଳପଡ଼ା-ମାର୍ଶାଘାଇ ଜୋନ୍-୧ ପାଣି ପ୍ରଳକ୍ପ କାମ ୯୫ ପ୍ରତିଶତ ଶେଷ ହୋଇଛି। ଚଳିତବର୍ଷ ଡିସେମ୍ବର ୩୧ ସୁଦ୍ଧା ଏହା କାର୍ଯ୍ୟକ୍ଷମ ସମ୍ଭାବନା ରହିଛି। ତେବେ ଆଳି ଓ ରାଜକନିକାରେ ଚାଲିଥିବା ପ୍ରକଳ୍ପ କାର୍ଯ୍ୟ ସରିବା ପାଇଁ ଆସନ୍ତାବର୍ଷ ଶେଷ ହୋଇଯିବ। ୨୦୨୫, ନଭେମ୍ବର ୩୦ ତାରିଖ ସୁଦ୍ଧା ଏହି ପ୍ରକଳ୍ପଦ୍ବୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେହିଭଳି ପଟ୍ଟାମୁଣ୍ତାଇ ଓ ରାଜନଗରରେ ଆସନ୍ତାବର୍ଷ ଡିସେମ୍ବର ଏବ˚ ଗରଦପୁରରେ ଆସନ୍ତାବର୍ଷ ନଭେମ୍ବର ସୁଦ୍ଧା ପାଣି ପ୍ରକଳ୍ପ ଶେଷ ହେବାର ଆଶା କରାଯାଉଛି। ତେବେ ସମୟସୀମା ସିନା ଆସନ୍ତାବର୍ଷ ଶେଷ ଯାଏ ରଖାଯାଇଛି, କିନ୍ତୁ ପ୍ରକୃତରେ ନିର୍ଦ୍ଧାରିତ ଅବଧି ସୁଦ୍ଧା ପ୍ରକଳ୍ପ ସରିବ କି ନାହିଁ; ତାହା ଏବେ ବି ବଡ଼ ପ୍ରଶ୍ନ।