ଅଂଶୁପାର ବିକାଶ କରୁ କେନ୍ଦ୍ର: ମହତାବ

ଭୁବନେଶ୍ବର : ଅଂଶୁପା ହ୍ରଦର ରକ୍ଷଣାବେକ୍ଷଣ ଓ ଉନ୍ନୟନ ପାଇଁ କଟକ ସାଂସଦ ଭର୍ତ୍ତୃହରି ମହତାବ ଆଜି କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଶ୍ରୀ ମହତାବ କହିଛନ୍ତି ଯେ ଅଂଶୁପାରେ ବାରମ୍ବାର ଦଳ ଭର୍ତ୍ତି ହୋଇଯାଉଥିବା କାରଣରୁ ତାହାକୁ ମେସିନ୍ ଦ୍ବାରା ସଫା କରାଯିବା ଦରକାର। କେବଳ ସେତିକି ନୁହେଁ, ବନ୍ୟା ପ୍ରକୋପରୁ ରକ୍ଷା କରାଯିବା ସହ ଚତୁଃପାର୍ଶ୍ବରେ ମୃତ୍ତିକାକ୍ଷୟ ବନ୍ଦ କରିବା ପାଇଁ କେନ୍ଦ୍ର ସରକାର ତୁରନ୍ତ ପଦକ୍ଷେପ ନେବା ଉଚିତ୍।

ଶ୍ରୀ ମହତାବ କହିଥିଲେ, ଏଠାକୁ ଶୀତଦିନେ ସାଇବେରିଆ ପକ୍ଷୀ ଆସୁଥିବାରୁ ସରକାରଙ୍କ ପକ୍ଷରୁ ଵାଚ୍ ଟାଵାର କରାଯାଇଛି। ଫଳରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧିପାଉଛି। ଏଣୁ ଏଠାରେ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଇପାରେ।

ଉଲ୍ଲେଖଯୋଗ୍ୟ, ପୂର୍ବରୁ କେନ୍ଦ୍ର ସରକାର ଏହି ହ୍ରଦର ଉନ୍ନତି ପାଇଁ ଅର୍ଥ ପ୍ରଦାନ କରିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ସାେଢ ୨୧କୋଟି ଟଙ୍କାର ଏକ ପ୍ରକଳ୍ପ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରାଯାଇଛି। ଏବେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ବାରା ଅଂଶୁପା ହ୍ରଦର ବିକାଶ କରାଯାଉଛି।

ସମ୍ବନ୍ଧିତ ଖବର