କଟକ : କାଶ୍ମୀରର ଡାଲ୍ ହ୍ରଦ୍ ପରେ ଅଂଶୁପା ଦେଶର ଦ୍ବିତୀୟ ବୃହତ୍ ମଧୁରଜଳ ହ୍ରଦ ଭାବେ ମାନ୍ୟତା ରହିଛି। କିନ୍ତୁ, ପର୍ଯ୍ୟଟକଙ୍କ ଆକର୍ଷଣ ଥିବା ଏହି ହ୍ରଦ ଏବେ ତା ଅସ୍ତିତ୍ବ ହରାଇବାକୁ ବସିଲାଣି। ବିକାଶ ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ବି ହ୍ରଦର ୧୦୦ଏକର ଅଞ୍ଚଳ ଜବରଦଖଲକୁ ଚାଲିଗଲାଣି। ନାଗା ବା ରାଜଦଳ ସଫେଇ ପାଇଁ ଟଙ୍କା ଖର୍ଚ୍ଚ ହେଉଥିଲେ ବି ଦଳ ମାଡ଼ି ହ୍ରଦ ସଙ୍କୁଚିତ ହେବା ସହିତ ସୌନ୍ଦର୍ଯ୍ୟ ହ୍ରାସ ପାଇ ଚାଲିଛି। ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ) ହାତରେ ଅଂଶୁପାର ବିକାଶ ଯୋଜନା ରହିଛି ସିନା ବର୍ତ୍ତମାନ ସ୍ଥିତିରେ ଏହା ପର୍ଯ୍ୟଟନ ମାନଚ୍ଚିତ୍ରରୁ ହଜିଯିବା ଭଳି ଆଶଙ୍କା ସୃଷ୍ଟି ହେଲାଣି।
/sambad/media/post_attachments/wp-content/uploads/2020/11/ansupa-750x430.jpg)
କଟକ ଜିଲ୍ଲାର ବାଙ୍କୀ ବ୍ଲକ୍ରେ ଥିବା ଅଂଶୁପା ହ୍ରଦର ‘କ୍ୟାଚ୍ମେଣ୍ଟ୍ ପରିଧି ପ୍ରାୟ ୫୨୩୧ ହେକ୍ଟର୍ ଥିବାବେଳେ ଏହାର ଜଳଧାରଣ କ୍ଷମତା ପାଖାପାଖି ୧୪୨ ହେକ୍ଟର୍। ୧୮୨ ହେକ୍ଟର୍ ଅଂଶୁପା ହ୍ରଦରୁ ୧୪୨ ହେକ୍ଟର୍ରେ ପାଣି ଥିବାବେଳେ ବାକି ୧୦୦ ଏକର ଏବେ ଜବରଦଖଲରେ। ‘କ୍ୟାଚ୍ମେଣ୍ଟ୍ ଏରିଆ’ ମଧ୍ୟରେ ୨୮ଟି ଗ୍ରାମ ଅନ୍ତର୍ଭୁକ୍ତ। ଅଂଶୁପାର ପଶ୍ଚିମ ଦିଗରେ ସରଣ୍ଡା ପାହାଡ଼ ଓ ଉତ୍ତରପୂର୍ବ ଦିଗରେ ବିଷ୍ଣୁପୁର ପାହାଡ଼ ରହିଥିବା ବେଳେ, ଦୁଇଟି ନାଳ ଯଥା- ଦକ୍ଷିଣ ଦିଗରେ କାବୁଲା ନାଳ ଏବଂ ଦକ୍ଷିଣ ପଶ୍ଚିମରେ ହୁଳୁହୁଳା ନାଳ ମହାନଦୀ ସହିତ ସଂଯୁକ୍ତ। ମାତ୍ର ଧୀରେ ଧୀରେ ଏହା ଅବକ୍ଷୟମୁଖୀ ହେବା ସହ ମହାନଦୀରୁ ବିଚ୍ଛିନ୍ନ ହୋଇଯାଇଛି।
destimap.comକେବଳ ମହନାଦୀର ବନ୍ୟା ସମୟରେ ଏହି ନାଳ ଦ୍ବାରା ଜଳପୂର୍ଣ୍ଣ ହୋଇଥାଏ ଅଂଶୁପା। ମାତ୍ର, ମହାନଦୀର ସ୍ବାଭାବିକ ଜଳ ପ୍ରବାହରେ ବାଧା ଯୋଗୁ ଧୀରେଧୀରେ ଏହା ପୋତି ହୋଇଚାଲିଛି। ଏହାର ଜଳଧାରଣ କ୍ଷମତା ଆଶାତୀତ ଭାବେ ହ୍ରାସ ପାଇଛି। ପ୍ରତ୍ୟେକବର୍ଷ ଅଂଶୁପାକୁ ଦଳମୁକ୍ତ କରିବା ପାଇଁ ଯୋଜନା ହେଉଥିବାବେଳେ ଅଧାରେ କାମ ଅଟକି ଯାଉଥିବାରୁ ଏହା ଦଳମୁକ୍ତ ହେବା ବଦଳରେ ଦଳ ଅଧିକ ମାଡ଼ିଚାଲିଛି। ୨୦୦୫ରେ ଦଶମ ଅର୍ଥ କମିସନ ଅନୁଦାନରେ ୬କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇ ଏଠାରେ ବୋଟିଂ ବ୍ୟବସ୍ଥା କରାଯାଇଥିଲା। ହ୍ରଦ ଭିତରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମତ୍ସ୍ୟ, ପାର୍କ ସହ ଅନେକ ଉନ୍ନୟନ କାମ କରାଯାଇଥିଲା। କିନ୍ତୁ, କିଛି ବର୍ଷ ପରେ ସବୁ ବନ୍ଦ ହୋଇଗଲା। ଏବେ ନାଁକୁ ମାତ୍ର ଚାଲିଛି ବୋଟିଂ। ଦଳ ଭିତରେ ଅଟକି ଯାଉଛି ବୋଟ୍।
/sambad/media/post_attachments/wp-content/uploads/2022/08/ansupa-fbkm-750x430.jpg)
ଅପରପକ୍ଷେ, ବର୍ତ୍ତମାନ ପୁଣି ଜିଲ୍ଲା ପ୍ରଶାସନ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ, ମୃତ୍ତିକା ସଂରକ୍ଷଣ ବିଭାଗ ମଧ୍ୟରେ ସମନ୍ବୟରେ ଆରମ୍ଭ ହୋଇଛି ଅଂଶୁପାର ବିକାଶ। ଆରମ୍ଭ ହୋଇଛି ଦଳ ସଫେଇ ଅଂଶୁପାକୁ ଦଳମୁକ୍ତ କରିବା ସହ ବିଭିନ୍ନ ଉନ୍ନୟନ ପାଇଁ ପ୍ରତିବର୍ଷ ଅନୁଦାନ ଆସୁଛି। କିନ୍ତୁ କ’ଣ ଖର୍ଚ୍ଚ ହେଉଛି, କ’ଣ ବିକାଶ ହେଉଛି ତାହା ବୁଝାପଡ଼ୁନି। ବରଂ, ପ୍ରତିବର୍ଷ ଦଳରେ ଅଂଶୁପା ଭର୍ତ୍ତି ହେଉଥିବା ସ୍ଥାନୀୟ ଲୋକେ କହିଛନ୍ତି। ସୂଚନା ଅନୁସାରେ, କେରଳରୁ ଏକ ଦଳ ସଫେଇ ମେସିନ୍ ଅଣାଯାଇ ଅଂଶୁପାରେ ଦଳ ସଫେଇ କରାଯାଉଥିଲ। ଏବେ ସେ ମେସିନ୍ ବି ଅଚଳ। ଯେତିକି ଦଳ କାଢ଼ିଥିଲେ, ତାର ୪ଗୁଣ ଭର୍ତ୍ତି ହୋଇଗଲାଣି। କେଉଁ କାରଣରୁ ଦଳ ବଢ଼ୁଛି ଓ କେଉଁ ପ୍ରକାର ଦଳ ରହିଛି, ତାହାକୁ ନେଇ ସର୍ଭେ କରାଯାଇଛି। ମାତ୍ର, କୌଣସି ନିଷ୍କର୍ଷ ବାହାରି ପାରୁନି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/ansupa-lake.jpg)