ମହାନଦୀରେ ଜଳପ୍ରବାହ ଆହୁରି କମିବ ବୋଲି ଗୃହରେ ଆଶଙ୍କା ପ୍ରକାଶ କରିଲେ ଜଳସଂପଦ ମନ୍ତ୍ରୀ

ଭୁବନେଶ୍ବର: ମହାନଦୀରେ କମିବ ପାଣି। ଗୃହରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ଏହା କହିଛନ୍ତି ଜଳସଂପଦ ମନ୍ତ୍ରୀ। ମହାନଦୀର ଉପର ମୁଣ୍ଡରେ ଛତିଶଗଡ଼ ବ୍ୟାରେଜ କରିଥିବାରୁ ଜଳପ୍ରବାହ ଆହୁରି କମିବା ନେଇ ସେ ଆଶଙ୍କା ପ୍ରକାଶ କରିଛନ୍ତି। ଏଥିସହ ମନ୍ତ୍ରୀ ରଘୁନନ୍ଦନ ଦାସ ଆଗାମୀ ବର୍ଷରେ ମହାନଦୀରେ ଆହୁର ଜଳ ପ୍ରବାହ କମିବ ବୋଲି ଗୃହରେ ସ୍ୱୀକାର କରିଛନ୍ତି।

ଅଣମୌସୁମୀ କାଳରେ ଚଳିତ ବର୍ଷ ଜଳ ପ୍ରବାହ କମିଛି। ଛତିଶଗଡ଼ ଉପରମୁଣ୍ଡରେ ବ୍ୟାରେଜ କରିଥିବାରୁ କ୍ରମାଗତ ଜଳପ୍ରବାହ କମୁଛି। ଗୋଟିଏ ପଟେ ଛତିଶଗଡ଼ ମହାନଦୀରେ ଭରପୁର ଜଳ ରହୁଥିବା ବେଳେ ଓଡ଼ିଶାକୁ ଆସିଥିବା ମହାନଦୀରେ ଜଳଧାରା କମି କମି ଆସୁଛି । ଏସମସ୍ତ କଥା ଟ୍ରିବ୍ୟୁନାଲରେ ବିଚାରାଧୀନ ରହିଛି ବୋଲି ଜଳ ସଂପଦ ମନ୍ତ୍ରୀ ରଘୁନନ୍ଦନ ଦାସ କହିଛନ୍ତି।

ବିଧାନସଭା ବାହାରେ ଜଳସମ୍ପଦ ମନ୍ତ୍ରୀ କହିଛନ୍ତି,‘ମହାନଦୀ ତଳମୁଣ୍ଡରେ ବ୍ୟାରେଜ କରିବା ପାଇଁ ଯେତିକି ଉଦ୍ୟମ କରିବା କଥା ଆମେ କରିନୁ। ତଳମୁଣ୍ଡରେ ବର୍ତ୍ତମାନ ବଡ଼ ପ୍ରକଳ୍ପ କରିବାର ନାହିଁ। ଯାହା ଇନଷ୍ଟ୍ରିମଷ୍ଟୋରଜ କରାଯିବ। ସିଡବ୍ଲୁସିକୁ ୧୫ ପ୍ରକଳ୍ପ କାଟିବ ପାଇ ଅନୁମତି ମଗାଯାଇଥିଲ। ମହାନଦୀ ଜଳ ବିବାଦ ପାଇଁ ୭ଟିପ୍ରକଳ୍ପକୁ ଅନୁମତି ନ ଦେଇ ଫେରାଇ ଦେଇଛନ୍ତି। ଇନଷ୍ଟ୍ରିମଷ୍ଟୋରେଜ ଯୋଜନାରେ ୨୩ଟି ପ୍ରକଳ୍ପ ହାତକୁ ନିଆଯାଇଛି। ସେଥିରୁ ଚଳିତ ବର୍ଷ ୧୩ଟି ପ୍ରକଳ୍ପ କରାଯିବ। ସେଥିପାଇଁ ୭୯୫କୋଟି ଟଙ୍କା ବ୍ୟୟବରାଦ ହୋଇଛି।’

ସମ୍ବନ୍ଧିତ ଖବର