କୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ମାଛକୁଣ୍ଡ ଥାନା ଅନ୍ତର୍ଗତ ତୁକୁମ ଗାଁରେ ଆନ୍ଥ୍ରାକ୍ସ ଭୟ ଆତଙ୍କ ଖେଳିଯାଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ଚିକିତ୍ସା କରୁଥିବା ଡାକ୍ତର ଏଭଳି ଆଶଙ୍କା କରୁଛନ୍ତି। ଗାଁରେ ଆଉ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବା ବି କୁହାଯାଉଛି। ଏଣେ ୫ ଜଣଙ୍କଠାରେ ଆନ୍ଥ୍ରାକ୍ସର ଲକ୍ଷଣ ରହିଥିବା କୁହାଯାଉଛି। ତେବେ ଏନେଇ ଚୂଡ଼ାନ୍ତ ଲ୍ୟାବ୍ ରିପୋର୍ଟକୁ ଅପେକ୍ଷା କରାଯାଇଛି।

Advertisment

ଗତ ରବିବାର ଦିନ ଏକ ଭୋଜି ହୋଇଥିଲା। ଏଥିରେ କିଛି ପରିବାର ଗୋମାଂସ ଖାଇଥିବା ସୂଚନା ମିଳିଛି। ଏହା ଆନ୍ଥ୍ରାକ୍ସର କାରଣ ହୋଇଥାଇପାରେ ବୋଲି କୁହାଯାଉଛି। ତେବେ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।