ପାଇକକେନ୍ଦୁମୁଣ୍ଡିରେ ମଦ ବିରୋଧୀ ଆନ୍ଦୋଳନ

ଜୟପାଟଣା: ଜୟପାଟଣା ଥାନାଞ୍ଚଳରେ ଦିନକୁ ଦିନ ବେଆଇନ ମଦ କାରବାର ବଢ଼ିବାରେ ଲାଗିଛି। ଏଥିରେ ଅତିଷ୍ଠ ହୋଇ ମହିଳାମାନେ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ଗାଁ ଭିତରେ ପଶି ବେଆଇନ ମଦ ଜବତ କରିବା ସହ ଅବକାରୀ ବିଭାଗକୁ ମଦ ଟେକି ଦେଇଛନ୍ତି।

ଗ୍ରାମର ମାଁ ତାରିଣୀ ସ୍ବୟଂ ସହାୟିକା ଗୋଷ୍ଠୀ ଓ ଅନ୍ୟାନ୍ୟ ସଂଗଠନର ବହୁ ମହିଳା ଏହି ମଦ ବିରୋଧୀ ଆନ୍ଦୋଳନରେ ସାମିଲ ହୋଇଥିଲେ। ପରବର୍ତ୍ତୀ ସମୟରେ ପୁଣି ମଦ ବିକ୍ରି ହେଲେ ଶତାଧିକ ମହିଳା ଥାନା ଓ ଅବକାରୀ ବିଭାଗ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ସମ୍ବନ୍ଧିତ ଖବର