ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ନିଶାଦ୍ରବ୍ୟ ନିବାରଣ ସଚେତନତା

ଜୟପୁର: ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଦ୍ଵାରା  ଆଭାର ସହଯୋଗ କ୍ରମେ ପ୍ରୟୋଗଶାଳା ବିଦ୍ୟାଳୟରେ ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟ ଉଦ୍ଦେଶ୍ୟରେ  ନିଶା ଦ୍ରବ୍ୟନିବାରଣ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି I ଶିକ୍ଷକ-ପ୍ରଶିକ୍ଷକ ଦୀନବନ୍ଧୁ ହାଲୱାଙ୍କ ସଭାପତିତ୍ଵରେ ଆୟୋଜିତ କାର୍ଯ୍ୟକ୍ରମରେ  ମୁଖ୍ୟ ଅତିଥି ଭାବେ ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ,ଅତିରିକ୍ତ ଗୋଷ୍ଠୀ ଊନ୍ନୟନ ଅଧିକାରୀ ମନୋଜ କୁମାର ନାୟକ,ଆଭାର ସାଧନ କର୍ମୀ ତଥା ଓଡିଶା ଉଚ୍ଚ ନ୍ୟାୟାଳୟର ଓକିଲ  ରାକେଶ କୁମାର ସାହୁ , ପ୍ରଧାନ ଶିକ୍ଷୟିତ୍ରୀ ଝୁନୁ  ପଣ୍ଡା ପ୍ରମୁଖ ଯୋଗ ଦେଇ ନିଶା ଦ୍ରବ୍ୟ ବ୍ୟବହାରର କୁପ୍ରଭାବ ବିଷୟରେ ମତ ଦେଇଥିଲେ। କାର୍ଯ୍ୟକ୍ରମର ସଂଯୋଜିକା  ଶିକ୍ଷକ-ପ୍ରଶିକ୍ଷିକା ସ୍ଵାତି ସୁଚୀସ୍ମିତା ପାତ୍ର କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।

ଏଥିରେ  ଗୁରୁ ଛାତ୍ରଛାତ୍ରୀ ଓ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ନିଶାଦ୍ରବ୍ୟ ବ୍ୟବହାରର କୁ-ପ୍ରଭାବ ଉପରେ  ବିଭିନ୍ନ ନାଟକ ପରିବେଷଣ କରଯାଇଥିଲା । ସମସ୍ତ ସମ୍ମାନନୀୟ ଅତିଥି ଓ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷଙ୍କୁ ଡିଆଇଇଟି ଦ୍ଵାରା ମାନପତ୍ର ଓ ଧନ୍ୟବାଦ ପତ୍ର ଦେଇ ସମ୍ଭର୍ଦ୍ଧିତ କରଯାଇଥିଲା । ଶେଷରେ ସଂଯୋଜିକା ସ୍ଵାତି ସୁଚୀସ୍ମିତା ପାତ୍ରଙ୍କୁ ଶିକ୍ଷା କ୍ଷେତ୍ରରେ ଉତ୍ସର୍ଗୀକୃତ   କାର୍ଯ୍ୟ ପାଇଁ ରାମଚନ୍ଦ୍ର ସାହୁ ସ୍ମୃତି ସଂସଦ ଦ୍ଵାରା ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

ସମ୍ବନ୍ଧିତ ଖବର