ଢେଙ୍କାନାଳ : ଓଡ଼ାପଡ଼ା ବ୍ଲକ ବଳରାମପୁର ଗ୍ରାମ୍ୟ ଜଙ୍ଗଲ ଜମିରେ ପ୍ରସ୍ତାବିତ ବିୟର ଫ୍ୟାକ୍ଟ୍ରିର ଭିତ୍ତିପ୍ରସ୍ତର ସ୍ଥାପନ ଦିନଠାରୁ ଅ˚ଚଳବାସୀ ଏହାକୁ ତୀବ୍ର ବିରୋଧ କରୁଥିବା ବେଳେ ଆଜି ପୁଲିସ୍ ସହଯୋଗରେ କ˚ପାନୀ ପକ୍ଷରୁ ବ୍ୟାପକ ଗଛ କଟା ଆରମ୍ଭ ହୋଇଛି। ଗ୍ରାମବାସୀ ଏହାକୁ ଦୃଢ ବିରୋଧ କରିବା ସହ ଗଛକୁ କୁଣ୍ଢାଇ ଧରି କାଟିବା ପାଇଁ ବାରଣ କରିଥିଲେ। ପୁଲିସ୍ ମାଡ଼ମାରି ଅ˚ଚଳବାସୀଙ୍କୁ ଘଉଡ଼ାଇ ଦେଇଥିଲା। ଆନ୍ଦୋଳନର ନେତୃତ୍ବ ନେଉଥିବା ୧୩ ଜଣ ଗ୍ରାମବାସୀଙ୍କୁ ଗିରଫ କରି ପରେ ବ୍ୟକ୍ତିଗତ ମୁଚାଲିକାରେ ଛାଡ଼ିଥିବା ଜଣାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ, ଗତ ୩ ତାରିଖରେ ବଳରାମପୁର ଗ୍ରାମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସି˚ ମାଧ୍ୟମରେ ଏକ ବିୟର ଫ୍ୟାକ୍ଟ୍ରିର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହାକୁ ପ୍ରତିବାଦ କରି ସେହିଦିନ ଅ˚ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। କ˚ପାନୀ କର୍ତୃପକ୍ଷ ଗତ ୮ ତାରିଖରେ ବିୟର ଫାକ୍ଟ୍ରି ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଉଦ୍ୟମ କରୁଥିବା ବେଳେ ଗ୍ରାମବାସୀଙ୍କ ବିରୋଧ ଯୋଗୁଁ ଏହା ବନ୍ଦ ରହିଥିଲା।
୧୯୭୨ ମସିହାରୁ ଅ˚ଚଳବାସୀ ଏହି ଜମିକୁ ଜଗାରଖା କରିଆସୁଛନ୍ତି। ଜଙ୍ଗଲରେ ଶାଳ, ମହୁଲ, କେନ୍ଦୁ, ହରିଡ଼ା, ବାହାଡ଼ା, ଅଁଳା ଆଦି ୧୨୩ ପ୍ରକାର ବୃକ୍ଷ ଥିବା ବେଳେ ୧୧୬ପ୍ରଜାତିର ଔଷଧୀୟ ବୃକ୍ଷରାଜି ମଧ୍ୟ ରହିଛି। ଏଥିସହିତ ଜଙ୍ଗଲରେ ଝିଙ୍କ, ବାରହା, ଖରିଆ, ଖୁରିଙ୍ଗ ଆଦି ଜଙ୍ଗଲୀ ଜୀବଜନ୍ତୁ ରହୁଥିବା ବେଳେ ହାତୀମାନେ ସେହି ଜଙ୍ଗଲ ଦେଇ ବିଚରଣ କରିଥାନ୍ତି। ଏହି ଜଙ୍ଗଲରୁ ୨୨ ଏକର ଜମିରେ ବିୟର ଫାକ୍ଟ୍ରି କରିବା ପାଇଁ ସରକାର ଲିଜ୍ ଦେଇଥିବା କୁହାଯାଉଥିଲେ ହେଁ କ˚ପାନୀ କର୍ତୃପକ୍ଷ ୬ଶହ ଏକର ଜମି କବଜାକୁ ନେବା ଲାଗି ଚକ୍ରାନ୍ତ ଚଳାଇଥିବା ଅ˚ଚଳବାସୀ ପ୍ରକାଶ କରିଛନ୍ତି। ଜଙ୍ଗଲରୁ ଗଛ କାଟି ସଫା ନକରିବା ଏବ˚ ଏଠାରେ ବିୟର ଫାକ୍ଟ୍ରି ନକରିବା ଲାଗି ଅ˚ଚଳବାସୀ ଦାବି କରିଥିଲେ। ପ୍ରସ୍ତାବିତ ଜମିରେ ନିର୍ମାଣ କାର୍ଯ୍ୟ ପାଇଁ ପୁଲିସ୍, ବନ ବିଭାଗ ଏବ˚ ବିଭିନ୍ନ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ସହଯୋଗରେ କ˚ପାନୀ କର୍ତ୍ତୃପକ୍ଷ କଟର ମେସିନ୍ ସହ ଆଜି ଭୋର୍ରୁ ହିନ୍ଦୋଳ-ଓଡାପଡା ସୀମାର ବାବନ୍ଧ ଦେଇ ବଳରାମପୁର ଜଙ୍ଗଲରେ ପହ˚ଚି ଗଛକଟା ଆରମ୍ଭ କରିଥିଲେ। ଗ୍ରାମବାସୀମାନେ ଖବର ପାଇ ଗଛ କଟାଯାଉଥିବା ସ୍ଥାନରେ ପହ˚ଚି ଶାନ୍ତିପୂର୍ଣ୍ଣ ଭାବେ ବିରୋଧ କରିଥିଲେ। କିନ୍ତୁ ପୁଲିସ୍ ଏବ˚ ଅଧିକାରୀମାନେ ଗ୍ରାମବାସୀଙ୍କୁ ସେଠାକୁ ନଛାଡିବା ସହ ଧସ୍ତାଧସ୍ତି ଏବ˚ ଲାଠିଚାର୍ଜ କରିଥିଲେ। କେତେକ ମହିଳା ଗଛକୁ ନକାଟିବା ପାଇଁ ଗଛକୁ ଜାବୁଡି ଧରିଥିବା ବେଳେ ପୁଲିସ୍ କର୍ମଚାରୀମାନେ ସେମାନଙ୍କୁ ଘୋଷାଡି ଘୋଷାଡି ସେଠାରୁ ବାହାର କରିନେଇଥିଲେ। କେତେକ ଗ୍ରାମବାସୀଙ୍କୁ ପୁଲିସ୍ ଉଠାଇଆଣି ଅଟକ ରଖିବା ପରେ ଅ˚ଚଳବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।
ଏ ସ˚ପର୍କରେ ଆ˚ଚଳିକ ସୁରକ୍ଷା କମିଟି ସଭାପତି ଅମ୍ବିକା ପ୍ରସାଦ ଜେନା, ସ˚ପାଦକ ସୁଶାନ୍ତ ଧଳ, ରମେଶ ସାମଲ ପ୍ରମୁଖ ୍କହିଛନ୍ତି ଯେ ପୁଲିସ୍ ପ୍ରଶାସନ ସହଯୋଗରେ ଗ୍ରାମବାସୀଙ୍କୁ ନଜଣାଇ କ˚ପାନୀ ପକ୍ଷରୁ ଆଜି ଭୋରୁ ପ୍ରାୟ ୧୦୦୦ରୁ ଉର୍ଦ୍ଧ୍ବ ଗଛ କାଟିଦିଆଯାଇଛି। ଏହାକୁ ବିରୋଧ କରିବାରୁ ଗ୍ରାମବାସୀଙ୍କ ଉପରେ ଲାଠିଚାର୍ଜ କରାଯାଇଥିଲା।
ଏହି ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି ଶ୍ରୀମତୀ ନନ୍ଦିନୀ ଶତପଥୀ ମେମୋରିଆଲ୍ ଟ୍ରଷ୍ଟର ଅଧ୍ୟକ୍ଷ ସୁପର୍ଣ୍ଣ ଶତପଥୀ ମୁଖ୍ୟମନ୍ତ୍ରୀ, ଢେଙ୍କାନାଳ ଜିଲ୍ଲାପାଳ, ଏସପିଙ୍କୁ ଟ୍ବିଟ୍ ମାଧ୍ୟମରେ ଜଣାଇଛନ୍ତି ଯେ ବିୟର ଫାକ୍ଟ୍ରି ପାଇଁ ଏତେ ପରିମାଣରେ ଜମି ଦେବା ନିୟମ ବହିର୍ଭୂତ। ଜଙ୍ଗଲ କାଟିବାକୁ ବିରୋଧ କରୁଥିବା ଅ˚ଚଳବାସୀଙ୍କୁ ପୁଲିସ୍ ଲଗାଇ ଧମକ ଦେବା ଏବ˚ ଗିରଫ କରିବା ସମସ୍ୟା ସମାଧାନର ପନ୍ଥା ନୁହେଁ। ଏଥିପାଇଁ ଅ˚ଚଳାବସୀଙ୍କ ସହଯୋଗ ନେବାକୁ ସେ ପରାମର୍ଶ ଦେଇଛନ୍ତି।