ବାଲିଗୁଡ଼ାରେ ମାଓ ବିରୋଧୀ ପୋଷ୍ଟର୍

ବାଲିଗୁଡ଼ା : କଞ୍ଜାଲଗୁ ହିଂସାକୁ ବିରୋଧ କରି ଆଇଏନ୍‌ପିପିଏଫ୍‌ ପକ୍ଷରୁ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ମାଓ ବିରୋଧୀ ପୋଷ୍ଟର୍ ଲଗାଯାଇଛି। ବାଲିଗୁଡ଼ା ଥାନା ଅଧୀନ ନକ୍ସଲପ୍ରବଣ ଅଞ୍ଚଳ ରାଇପଙ୍ଗା ଗ୍ରାମରେ ଲାଗିଥିବା ଏହି ମାଓ ବିରୋଧୀ ପୋଷ୍ଟର୍‌ରେ ଆଇଏନ୍‌ପିପିଏଫ୍‌ ଜିଲ୍ଲା କମିଟି ପକ୍ଷରୁ ମାଓବାଦୀଙ୍କୁ କଟୁ ଭାଷାରେ ସମାଲୋଚନା କରାଯାଇଛି। ଅଗଷ୍ଟ ୧୮ରୁ ୨୪ ପର୍ଯ୍ୟନ୍ତ ବନ୍ଦ ସଫଳ କରିବା ପାଇଁ କଞ୍ଜାଲଗୁ ହିଂସା କେଉଁ ଅଧିକାରରେ ଓ କଣ ପାଇଁ କରାଯାଇଛି ବୋଲି ଆଇଏନ୍‌ପିପିଏଫ୍‌ ପ୍ରଶ୍ନ ଉଠାଇଛି। ପୋଷ୍ଟରରେ ସଂଗଠନ ପକ୍ଷରୁ ଲେଖାଯାଇଛି ‌ଯେ କଞ୍ଜାଲଗୁ ହିଂସାକୁ ଆମେ ବିରୋଧ କରୁଛୁ ଓ ନିନ୍ଦା କରୁଛୁ। ଆଦିବାସୀ ବିକାଶ ବିରୋଧୀ ନକ୍ସଲ ତୁମକୁ ଏହାର ଜବାବ ଦେବାକୁ ପଡ଼ିବ। ବହୁତ ଶୀଘ୍ର ଏହାର ପ୍ରତିଶୋଧ ନିଆଯିବ ବୋଲି ଆଇଏନ୍‌ପିପିଏଫ୍‌ ପକ୍ଷରୁ ଚେତାବନୀ ଦିଆଯାଇଛି।

ସମ୍ବନ୍ଧିତ ଖବର