ନୂଆପଡ଼ା: ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଗରିଆବନ୍ଧ ଜିଲ୍ଲା ବିରିଘାଟ ଗାଁରୁ ଛତିଶଗଡ଼ ଆଣ୍ଟି ପୋଚିଂ ସ୍କ୍ବାଡ୍ ଚଢ଼ଉ କରି ବାଘଛାଲ ଜବତ କରିବା ସହ ଏଥିରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ନୂଆପଡ଼ା ଜିଲ୍ଲାର ସୁନାବେଡ଼ା ଅଭୟାରଣ୍ୟକୁ ଲାଗି ରହିଛି ଉଦନ୍ତୀ ସୀତାନଦୀ ଅଭୟାରଣ୍ୟ। ଗୁରୁବାର ଛତିଶଗଡ଼ ବିରିଘାଟରେ ମାଫିଆମାନେ ଆସି ବଘଛାଲ ଧରି ବେପାରୀଙ୍କୁ ଅପେକ୍ଷା କରିଥିବା ସୂଚନା ମିଳିଥିଲା।
ଛତିଶଗଡ଼ ରାଜ୍ୟ ରାୟପୁରର ମୁଖ୍ୟ ବନସଂରକ୍ଷକ ସୁଧୀର ଅଗ୍ରୱାଲଙ୍କ ନିର୍ଦ୍ଦେଶରେ ଉଦନ୍ତୀ ସୀତାନଦୀ ଟାଇଗର ରିଜର୍ଭ ଉପନିର୍ଦ୍ଦେଶକ ବରୁଣ ଜୈନଙ୍କ ନେତୃତ୍ବରେ ଆଣ୍ଟି ପୋଚିଂ ସ୍କ୍ବାଡ୍ ଚଢ଼ଉ କରି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଜିଲ୍ଲା ଚକାମାଳ ଗ୍ରାମର କାର୍ତ୍ତିକ ଗୌଡ଼ (୪୫), ଗୌରଙ୍ଗ ଗୌଡ଼ (୨୩), ଉପେନ୍ଦ୍ର ରାଉତ (୨୫) ଙ୍କୁ ଗିରଫ କରିଥିଲେ। ସେମାନଙ୍କଠାରୁ ବାଘ ଛାଲ ଜବତ କରାଯାଇଛି। ସେମାନଙ୍କ ବିରୋଧରେ ବନ୍ୟପ୍ରାଣୀ ଅଧିନିୟମ ୧୯୭୨ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି। ଏହି ଚଢ଼ଉ ଟିମରେ ଉଦନ୍ତୀ ନୋଡାଲ୍ ଅଧିକାରୀ ଗୋପାଳ କସ୍ୟପ ଓ ଧରୁଆଗୁଡ଼ ରେଞ୍ଜର୍ ସୁଶୀଳ ସାଗରଙ୍କ ସହ ଅନ୍ୟମାନେ ସାମିଲ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/12/fhhfsffhsfh.jpg)