ଲକ୍ଷ୍ମୀପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ମିଳୁନି କୁକୁର କାମୁଡା ଇଞ୍ଜେକସନ୍

ଲକ୍ଷ୍ମୀପୁର : ଲକ୍ଷ୍ମୀପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ କୁକୁର କାମୁଡା ଇଞ୍ଜେକସନ୍ ନଥିବାରୁ ଦୁଇଜଣ ଆଦିବାସୀ ଯୁବକଙ୍କୁ ନିରାଶ ହେବାକୁ ପଡିଛି। ଗତ ଗୁରୁବାର ଦିନ ଖାଲକଣା ଗ୍ରାମର ଦୁଇଜଣ ଆଦିବାସୀ ଯୁବକ ଶିଶିର ମାଣ୍ଡିଙ୍ଗାଙ୍କ ୬ବର୍ଷର ପୁଅ ଓ ନେଉରା ମାଣ୍ଡିଙ୍ଗାଙ୍କ ୪ ବର୍ଷର ପୁଅକୁ ଏକ ପାଗଳ କୁକୁର କାମୁଡିବାରୁ ଦୁହିଁଙ୍କୁ ଧରି ଲକ୍ଷ୍ମୀପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ହେଲେ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ କୁକୁର କାମୁଡା ଇଞ୍ଜେକସନ୍ ନଥିବାରୁ ଦୁଇଜଣ ଯୁବକ ନିଜ ନିଜ ପୁଅକୁ ଧରି କୋରାପୁଟ ମେଡିକାଲ କଲେଜକୁ ନେଇଥିଲେ। ସେଠାରେ ଦ୍ୱିତୀୟ ଇଞ୍ଜେକସନ୍ ୫ଦିନ ପରେ ନେବାକୁ ପଡିବ ବୋଲି ଡାକ୍ତର ପରାମର୍ଶ ଦେଇଥିଲେ। ପ୍ରଥମ ଇଞ୍ଜେକସନ୍ କୋରାପୁଟରେ ଦେଇ ଆସିବା ପରେ ପୁଣି ଥରେ ଦ୍ୱିତୀୟ ଇଞ୍ଜେକସନ୍ ପାଇଁ ଦୁଇଜଣ ଯୁବକ ସୋମବାର ଦିନ ଲକ୍ଷ୍ମୀପୁର ଡାକ୍ତରଖାନାକୁ ଆସି ପୁଣି ଥରେ ନିରାଶ ହେବାକୁ ପଡିଥିଲା। ବାଧ୍ୟ ହୋଇ ନିଜ ନିଜ ପିଲାଙ୍କୁ ଧରି ଦୁଇଜଣ ଯୁବକ ପୁଣି କୋରାପୁଟରେ ପହଚିଂ ଇଞ୍ଜେକସନ ଦେଇଥିବା ଜଣାପଡିଛି।

theindianpractitioner.com

ବର୍ତମାନ ଏଠି କୁକୁରକାମୁଡା ଇଞ୍ଜେକସନ୍ ମିଳୁ ନଥିବାରୁ ଦୁଇଜଣ ଆଦିବାସୀ ଯୁବକଙ୍କୁ ଖର୍ଚାନ୍ତ ହେବାକୁ ପଡିଛି। ଆମେ ଆଦିବାସୀ ଲୋକ ନୀତିଦିନ କୁଲି ମଜୁରି କଲେ ଘରେ ଚୁଲି ଜଳିବ ,ଏବେ ପିଲାଙ୍କୁ ଧରି କୋରାପୁଟ କେତେଥର ଯିବା ଆସିବା କରିବୁ, କୁଆଡୁ ଏତେ ଟଙ୍କା ଆଣିବୁ ବୋଲି କହିଛନ୍ତି ଏହି ଦୁଇଜଣ ଯବକ। ଅନ୍ୟ ପକ୍ଷେ ଏଠାକାର ସାଂସଦ ଓ ବିଧାୟକ ମଧ୍ୟ ଏହି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଲାଗି ରହିଥିବା ସମସ୍ୟା ଉପରେ ଦୃଷ୍ଟି ଦେଉନଥିବା ଦୁଃଖର ବିଷୟ ପାଲଟିଥିବା ବେଳେ ସ୍ଵାସ୍ଥ୍ୟ କେନ୍ଦ୍ରରେ କୁକୁର କାମୁଡା ଇଞ୍ଜେକସନ୍ ନମିଳିବା ଲଜ୍ୟାଜନକ କଥା ବୋଲି ବିଜେପି ଯୁବ ମୋର୍ଚା ସଭାପତି ମନୋଜ କୁମାର ସାହୁ ସୋସିଆଲ ମିଡିଆରେ ଏକ ଭିଡିଓ ଲୋଡ କରିଥିବା ଦେଖିବାକୁ ମିଳିଛି। ଏନେଇ ଦୁଇମାସ ତଳେ ସେଣ୍ଟ୍ରାଲ ଷ୍ଟୋରକୁ ଅର୍ଡର ଦିଆଯାଇଥିଲା, ସେଠାରୁ ଷ୍ଟକ ଆସିନି ବୋଲି ଲକ୍ଷ୍ମୀପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ତରଫରୁ ସୂଚନା ମିଳିଛି।କେବଳ କୁକୁର କାମୁଡା ଇଞ୍ଜେକସନ୍ ନୁହଁ ସାମାନ୍ୟ ଏକ୍ସରେ କରିବା ସକାଶେ ମଧ୍ୟ ରୋଗୀ ବାରମ୍ବାର କୋରାପୁଟ ଦୌଡିବାକୁ ପଡୁଥିବା ବେଳେ ନୁଆ ଏକ୍ସରେ ମେସିନ୍ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆସି ଅପରେଟର ନଥିବା କାରଣରୁ ପଡିରହିଛି। ତୁରନ୍ତ ମେଡିକାଲ ପ୍ରତି ଦୃଷ୍ଠି ଦିଆନଗଲେ ଆଗାମୀ ଦିନରେ ବିଜେପି ଯୁବମୋର୍ଚା ତରଫରୁ ଡାକ୍ତରଖାନା ଘେରାଉ କରାଯିବ ବୋଲି ମନୋଜ ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର