ଛତ୍ରପୁର : ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ବାଲେଶ୍ବର ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟର ଆ ଣ୍ଟି ସ୍ମଗଲିଂ ଗାର୍ଡ଼ ଜନାର୍ଦ୍ଦନ ପଲାଇ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଓ ବାଲେଶ୍ବର ଜିଲ୍ଲାର ୫ଟି ସ୍ଥାନରେ ଚଢ଼ଉ କରାଯାଇଛି। ଶୁକ୍ରବାର ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ୍ର ହୁମର ଗ୍ରାମ ସ୍ଥିତ ଜନାର୍ଦ୍ଦନଙ୍କ ପୌତୃକ ବାସଭବନ ଠାରେ ପୂର୍ବାହ୍ଣରେ ବାଲେଶ୍ବର ଓ ବ୍ରହ୍ମପୁର ଭିଜିଲାନ୍ସ ବିଭାଗର ମିଳିତ ଟିମ୍ ଚଢ଼ଉ କରି ବିଭିନ୍ନ ତଥ୍ୟ ସଂଗ୍ରହ କରିବା ସହ ବାସଭବନର ଆନୁମାନିକ ମୂଲ୍ୟ ଆକଳନ କରିଛନ୍ତି।
ଏହା ସହିତ ଗ୍ରାମର କିଛି ଲୋକଙ୍କ ସହ ମଧ୍ୟ ଏହି ଟିମ୍ ବିଭିନ୍ନ ବିଷୟରେ ଆଲୋଚନା କରି ତଥ୍ୟ ସଂଗ୍ରହ କରିଛନ୍ତି। ଚଢ଼ଉରେ ବ୍ରହ୍ମପୁର ଭିଜିଲାନ୍ସ ଇନ୍ସ୍ପେକ୍ଟର୍ ବିଜୟଲକ୍ଷ୍ମୀ ପଣ୍ତାଙ୍କ ସମେତ ବାଲେଶ୍ବର ଭିଜିଲାନ୍ସ ଟିମ୍ର ଅଧିକାରୀମାନେ ଉପସ୍ଥିତ ଥିଲେ।