ଓଡ଼ିଶାରେ ପୁଣି ହେବ ଆଣ୍ଟିବଡି ଟେଷ୍ଟ : ଆସନ୍ତା ସପ୍ତାହରେ ରାଜ୍ୟରେ ପହଞ୍ଚିବ ଆଇସିଏମଆର ଦ୍ୱାରା ଅନୁମୋଦିତ ଟେଷ୍ଟ କିଟ୍

ଭୁବନେଶ୍ବର:  ଓଡିଶାରେ ପୁଣି ହେବ ଆଣ୍ଟିବଡ଼ି ଟେଷ୍ଟ । ଏଥିପାଇଁ ଆଇସିଏମଆର ଦ୍ୱାରା ଅନୁମୋଦିତ ଆଣ୍ଟିବଡ଼ି ଟେଷ୍ଟ କିଟ୍ ଆସନ୍ତା ସପ୍ତାହରେ ଓଡ଼ିଶାରେ ପହଞ୍ଚିବ । ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫସାଇନ୍ସସେ୍ (ଆଇଏଲଏସ୍) ନିର୍ଦ୍ଦେଶକ ଅଜୟ ପରିଡାଙ୍କ ସୂଚନା ଅନୁସାରେ ଏହି  କିଟ୍ ଆରଏମଆରସିରେ ପହଞ୍ଚିବ । ତେବେ ଏ ଯାଏଁ ଓଡିଶାରେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ। ଘରକୁ ଘର ହେଉଥିବା ସର୍ଭେରେ ଆଣ୍ଟିବଡ଼ି ଟେଷ୍ଟ କିଟ୍ ବ୍ୟବହାର କରାଯିବ ବୋଲି କହିଛନ୍ତି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା । ତେବେ ଆସନ୍ତାକାଲି ଓଡ଼ିଶାରେ କିଭଳି ଟେଷ୍ଟିଂ କରାଯିବ ସେ ନେଇ ଏକ ଯୋଜନା ପ୍ରସ୍ତୁତ ହେବ ବୋଲି ସେ କହିଛନ୍ତି । ଏବେ ରାଜ୍ୟରେ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ମଧ୍ୟରେ ବହୁ କୋଭିଡ-ଯୋଦ୍ଧା ଅଛନ୍ତି । ତେଣୁ ଅଧିକ ସତର୍କ ହେବାକୁ ପଡ଼ିବ ବୋଲି ଅଜୟ ପରିଡା କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଆଜି ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ ୨୮୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଏମାନଙ୍କ ମଧ୍ୟରୁ ୨୫୬ ଜଣ କ୍ଵାରେଣ୍ଟିନ ସେଣ୍ଟରରୁ ଆସିଥିବା ବେଳେ ୨୬ଟି ସ୍ଥାନୀୟ କେସ ବୋଲି ଜଣାପଡିଛି | ସେହିପରି ଏମାନଙ୍କ ମଧ୍ୟରେ ୮ ଜଣ ଏନଡିଆରଏଫ ଯବାନ ମଧ୍ୟ ରହିଛନ୍ତି | ଆଜି ଚିହ୍ନଟ ହୋଇଥିବା ୨୮୨ ଜଣଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୨୬ ଜଣ, ଝାରସୁଗୁଡା ଜିଲ୍ଲାରୁ ୨୩ ଜଣ, ବାଲେଶ୍ୱରରୁ ୩ ଜଣ, କଟକରୁ ୪ ଜଣ, ଯାଜପୁରରୁ ୬ ଜଣ, ପୁରୀରୁ ୯ ଜଣ, ଅନୁଗୁଳରୁ ଜଣେ, ଜଗତ୍ସିଂହପୁରରୁ ୧୧ ଜଣ, କନ୍ଧମାଳରୁ ୧୭ ଜଣ, ଗଞ୍ଜାମରୁ ୭୫ ଜଣ, ଗଜପତିରୁ ୭୬ ଜଣ, ସୁନ୍ଦରଗଡ଼ରୁ ଜଣେ, ସମ୍ବଲପୁରରୁ ୧୩ ଜଣ, ବଲାଙ୍ଗୀରରୁ ଜଣେ, ମୟୁରଭଞ୍ଜରୁ ୬ ଜଣ, କୋରାପୁଟରୁ ଜଣେ, ନୟାଗଡ଼ରୁ ଜଣେ ବୋଲି ଜଣାପଡିଛି |

ସମ୍ବନ୍ଧିତ ଖବର