ଘରୋଇ ହସପିଟାଲ ଓ ଲ୍ୟାବରେ ୪୫୦ ଟଙ୍କାରେ ହେବ କରୋନା ଆଣ୍ଟିଜେନ ଟେଷ୍ଟ

ଭୁବନେଶ୍ୱର : ଓଡ଼ିଶା ସରକାର କରୋନା ଆଣ୍ଟିଜେନ ପରୀକ୍ଷା ଲାଗି ଘରୋଇ ଲାବରେଟୋରୀଗୁଡ଼ିକୁ ଅନୁମତି ଦେଇଛନ୍ତି । ଏହା ସହିତ ସରକାର ଘରୋଇ ଲାବରେଟୋରୀ, ହସପିଟାଲ ଓ ପଏଣ୍ଟ ଅଫ କେୟାର ମାନଙ୍କ ପାଇଁ ଷ୍ଟାଣ୍ଡାର୍ଡ କ୍ୟୁ କୋଭିଡ-୧୯ ଆଣ୍ଟିଜେନ କିଟଗୁଡ଼ିକର ଦର ନିର୍ଦ୍ଧାରଣ କରିଛନ୍ତି । ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମଆର) ଗାଇଡଲାଇନ ଅନୁସାରେ ସେହି କିଟ୍‌ ଗୁଡ଼ିକର ସର୍ବୋଚ୍ଚ ମୂଲ୍ୟ ୪୫୦ ଟଙ୍କା ଧାର୍ଯ୍ୟ କରାଯାଇଛି ।

ଏସବୁ ଘରୋଇ ଲାବରେଟୋରୀ ଓ ପଏଣ୍ଟ ଅଫ କେୟାରମାନେ ଆଇସିଏମଆର ଗାଇଡଲାଇନର ଅନୁପାଳନ କରି ରାପିଡ ଆଣ୍ଟିଜେନ ଟେଷ୍ଟ (ଷ୍ଟାଣ୍ଡାର୍ଡ କ୍ୟୁ କୋଭିଡ-୧୯ ଆଣ୍ଟିଜେନ କିଟ) କିମ୍ବା ଟ୍ରୁନାଟ ଟେଷ୍ଟ କରିପାରିବେ । ଏ ସଂପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଶସ୍ତା ଦରରେ ଘରୋଇ ଲାବରେ ଆଣ୍ଟିଜେନ ଟେଷ୍ଟ କରାଯିବା ପରେ ଅଧିକରୁ ଅଧିକ ଲୋକ ନିଜର କରୋନା ପରୀକ୍ଷା କରିପାରିବେ । ସେହିପରି ଘରୋଇ ଲାବରେଟୋରୀରେ କରୋନା ପରୀକ୍ଷା ହେବା ପରେ ସରକାରୀ ଲାବରେଟୋରୀ ଓ ହସପିଟାଲଗୁଡ଼ିକ ଉପରୁ ଚାପ କମିବା ଆଶା କରାଯାଉଛି ।
ଓଡ଼ିଶାରେ ଆଜି ୬୧୮ଟି ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛି, ଫଳରେ ମୋଟ ସଂକ୍ରମିତ ସଂଖ୍ୟା ୧୪୮୯୮ରେ ପହଞ୍ଚିଛି ।

ସମ୍ବନ୍ଧିତ ଖବର