ଲେଭଲକ୍ରସିଂରେ ଅଟକି ଥିବା ଜେସିବିକୁ ଧକ୍କା ଦେଲା ଟ୍ରେନ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଜଟଣୀ: ଆଜି ସକାଳ ୧୦ଟା ୧୫ ମିନିଟ ସମୟରେ ଏର୍ଣ୍ଣାକୁଲମ୍‌ -ହାଓ୍ଵଡ଼ା ଗାମୀ ଅନ୍ତୋଦୟ ଏକ୍ସପ୍ରେସ ଟ୍ରେଡ଼୍‍ ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛିୀି। ଟ୍ରେନ୍‌ଟି ହରିଦାସପୁର୦-ନୂଆ ଗଡ଼ମଧୁପୁର ଷ୍ଟେସନ ମଧ୍ୟରେ ଅତିକ୍ରମ କରୁଥିବା ବେଳେ ଏକ ଲେଭଲକ୍ରସିଂ ରେ ଫସିଯାଇଥିବା ଜେସିବିକୁ ଧକ୍ଖା ଦେଇଛି। ଏହି ଧକ୍କାରେ ଜେସିବି ମେସିନ୍‌ଟି ଖଣ୍ଡ ବିଖଣ୍ଡ ହୋଇଯାଇଥିବା ବେଳେ ଟ୍ରେନ୍‌ ଇଞ୍ଜନିଟ୍‌ ମଧ୍ୟ ବିଶେଷ କ୍ଷତି ଘଟିଛି। ଏହି ଘଟଣାରେ କୌଣସି ଯାତ୍ରରୀ ଆହତ ହୋଇ ନ ଥିବା ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଉଥିଲେ ମଧ ୪/୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଏ ପର୍ଯ୍ୟନ୍ତ ଟ୍ରେନ୍‌ଟିି ଅଟକ ରହିଥିବା ଯୋଗୁଁ ଡାଉନ୍‌ ଲାଇନ୍‌ରେ ରେଳ ଚଳାଚଳ ବନ୍ଦ ରହିଛି। କେବଳ ଅପ୍‌ ଓ ମିଡଲ ଲାଇନ୍‌ରେ ରେଳ ଚଳାଚଳ କରୁଛି। ଏହି ଘଟଣାରେ ଗେଟମ୍ୟାନ ଯଶୋବନ୍ତ ସ୍ୱାଇଁଙ୍କୁ ଖୋର୍ଦ୍ଧା ଡିଭିଜନାଲ ରେଲେେଓ୍ଵ ମ୍ୟାନେଜର ନିଳମ୍ବିତ କରିବା ସହିତ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ହରିଦସପୁର ନିକଟସ୍ଥ ରେଲେଓ୍ଵ ଲେଭଲକ୍ରସିଂ ପାରି ହେଉଥିବା ବେଳେ ଏକ ଜେସିବି ମେସିନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଫଳରେ ଜେସିବିଟି ଲେଭଲ କ୍ରସିଂରୁ ବାହାରି ପାରି ନ ଥିଲା। ଏହି ସମୟରେ ୨୨୮୭୮ ନମ୍ବର ଏର୍ଣ୍ଣାକୁଲମ- ହାଓ୍ଵଡ଼ା ଏକ୍ସପ୍ରେସ ଟ୍ରେନ ଆସୁଥିବା ଦେଖି ଜେସିବି ଡ୍ରାଇଭର ଗାଡ଼ି ଛାଡ଼ି ସେଠାରୁ ପଳାଇ ଯାଇଥିଲେ। ଫଳରେ ଟେନ୍‌ଟି ଆସି ଜେସିବି ସହିତ ଧକ୍କା ଖାଇଥିଲା। ଫଳରେ ଟ୍ରେନ୍‌ ଇଞ୍ଜନରେ ବ୍ୟପକ କ୍ଷତି ହୋଇଥିବା ବେଳେ ଜେସିବି ଇଞ୍ଜିନ୍‌ଟି ଭାଙ୍ଗି ଚୁରାମାର ହୋଇ ଯାଇଛି । ଦୁର୍ଘଟଣାଗ୍ରସ୍ତ ଟ୍ରେନ୍‌ର ଇଞ୍ଜନ ବଦଳାଇବା ପାଇଁ ଏକ ଡିଜେଲ ଇଞ୍ଜିନକୁ ସେଠାକୁ ପଠାଯାଇଛି।

ସମ୍ବନ୍ଧିତ ଖବର