ପ୍ରଥମ ଥର ପାଇଁ ମଞ୍ଚ ନାଟକରେ ଅଭିନୟ କରିବେ ଓଲିଉଡ ଅଭିନେତ୍ରୀ ଅନୁ ଚୌଧୁରୀ

Advertisment

ଆସନ୍ତା ୨୩ ଏବଂ ୨୪ରେ ରବୀନ୍ଦ୍ର ମଣ୍ଡପରେ ପ୍ରଦର୍ଶିତ ହେବ ନାଟକ ‘ବୟସର ଅନ୍ତେ’

ଆସନ୍ତା ୨୩ ଏବଂ ୨୪ରେ ରବୀନ୍ଦ୍ର ମଣ୍ଡପରେ ପ୍ରଦର୍ଶିତ ହେବ ନାଟକ ‘ବୟସର ଅନ୍ତେ’

ପ୍ରଥମ ଥର ପାଇଁ ମଞ୍ଚ ନାଟକରେ ଅଭିନୟ କରିବେ ଓଲିଉଡ ଅଭିନେତ୍ରୀ ଅନୁ ଚୌଧୁରୀ

ଭୁବନେଶ୍ବର: ପ୍ରଥମ ଥର ପାଇଁ ଲାଇଭ ମଞ୍ଚ ନାଟକରେ ଅଭିନୟ କରିବେ ଓଲିଉଡ ଅଭିନେତ୍ରୀ ଅନୁ ଚୌଧୁରୀ। ମାତ୍ର ଦୁଇଜଣ ଚରିତ୍ରଙ୍କୁ ନେଇ ହେବାକୁ ଯାଉଛି ନାଟକ ବୟସର ଅନ୍ତେ, ଯେଉଁଥିରେ ଅଭିନେତ୍ରୀ ଅନୁ ଚୌଧୁରୀଙ୍କ ସ୍ୱାମୀ ଭୂମିକାରେ ମଞ୍ଚରେ ଦେଖା ଦେବେ ସମରେଶ ରାଉତରାୟ। ଓଡ଼ିଆ ୱାନ ଥିଏଟର ଗ୍ରୁପ, ଅନୁ ଚୌଧୁରୀ ଏବଂ ସମରେଶ ରାଉତରାୟଙ୍କ ମିଳିତ ଆନୁକୂଲ୍ୟରେ ପ୍ରଯୋଜିତ ହେବାକୁ ଯାଉଛି ନାଟକ 'ବୟସର ଅନ୍ତେ'। ଏହି ନାଟକର ରଚନା, ପରିକଳ୍ପନା ଏବଂ ନିର୍ଦ୍ଦେଶନା ଦେଇଛନ୍ତି ବିଶାଣ୍ ବଳଭଦ୍ର ଶତପଥୀ ।

ପରିଣତ ବୟସରେ ବଞ୍ଚୁଥିବା ଏକ ଦମ୍ପତିଙ୍କ ନୀତିଦିନିଆ ଜୀବନ ଉପରେ ଆଧାରିତ ନାଟକ ହେଉଛି ‘ବୟସର ଅନ୍ତେ’। ସମୟର ତାଳରେ ପଡ଼ି ଉଭୟ କିପରି ଜୀବନକୁ ନୂଆ ରୂପରେ ବଞ୍ଚିବାକୁ ଚେଷ୍ଟା କରିଛନ୍ତି ତାକୁ ନେଇ ପ୍ରସ୍ତୁତ ହୋଇଛି ଏହି ନାଟକ। ତେବେ ସମକାଳୀନ ରଙ୍ଗମଞ୍ଚରେ ପ୍ରସ୍ତୁତ ହେଉଥିବା ନାଟକ ଭଳି ଏହି ନାଟକରେ ମଧ୍ୟ ସମସ୍ତ ଦିଗ ପ୍ରତି ଧ୍ୟାନ ଦିଆଯାଇଛି।

ପ୍ରଥମ ଥର ପାଇଁ ଓଡ଼ିଶା ଚଳଚ୍ଚିତ୍ର ଜଗତର ଦୁଇ ବିଶିଷ୍ଟ କଳକାରଙ୍କ ମିଳିତ ପ୍ରଚେଷ୍ଟାରେ ଓଡ଼ିଶା ନାଟକର ବିକାଶ ପାଇଁ ପ୍ରୟାସ କରାଯାଇଛି। ଆସନ୍ତା ୨୩ ଏବଂ ୨୪ ମାର୍ଚ୍ଚରେ ଭୁବନେଶ୍ୱରସ୍ଥିତ ରବୀନ୍ଦ୍ର ମଣ୍ଡପରେ ଏହା ପ୍ରଦର୍ଶିତ ହେବ। ଏଥିପାଇଁ ଏକ ପ୍ରେସମିଟ ହୋଇଯାଇଛି, ଯେଉଁଥିରେ ଅଭିନେତ୍ରୀ ଅନୁ ଚୌଧୁରୀ, ଅଭିନେତା ସମରେଶ ରାଉତରାୟ ଓ ନିର୍ଦ୍ଦେଶକ ବିଶାଣ୍ ବଳଭଦ୍ର ଶତପଥୀ ଏହି ନାଟକର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ। ତେବେ ଇଚ୍ଛୁକ ଦର୍ଶକ ମାନେ 'book my show' ଜରିଆରେ ନିଜ ଟିକେଟ ବୁକ୍ କରିପାରିବେ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe