ଅନୁଭବଙ୍କ ଡିଜିଟାଲ ଫଣ୍ଡା, ପ୍ରଶ୍ନ ପଚାରନ୍ତୁ ଉତ୍ତର ଦେବେ ଅନୁଭବ

କେନ୍ଦ୍ରାପଡା: ସରିଯାଇଛି ୨୦୧୯ ଲୋକସଭାର ପ୍ରଥମ ଅଧିବେଶନ | ସଂସଦରେ କେଉଁ ସବୁ ପ୍ରସଙ୍ଗରେ ଉତ୍ତର ରଖିଛନ୍ତି ତାହାକୁ ବିସ୍ତୃତ ଭାବେ ଲୋକଙ୍କୁ କହିବା ପାଇଁ ସାଂସଦ ଅନୁଭବ ମହାନ୍ତି ଏବେ ଚିନ୍ତା କରିଛନ୍ତି | କିଭଳି ଥିଲା ଲୋକସଭାରେ ଅନୁଭୂତି ସେ ନେଇ ମନର କଥା କହିବେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି | କେନ୍ଦ୍ରାପଡା ବାବଦରେ କଣ ସବୁ ପ୍ରଶ୍ନ ରହିଛି ଲୋକ ଚାହିଁଲେ ଅନୁଭବଙ୍କୁ ପ୍ରଶ୍ନ ପଚାରିପାରିବେ, ଆଉ ଏହାର ଜବାବ ଦେବେ ଅନୁଭବ | ଏଥିପାଇଁ ଡିଜିଟାଲ ଉପାୟ ଆପଣାଇଛନ୍ତି ଅନୁଭବ |

ସାଂସଦଙ୍କ କହିବା ମୁତାବକ ଏଥିପାଇଁ ଅଗଷ୍ଟ ୧୫ ଯାଏଁ ପ୍ରଥମେ ସାଧାରଣ ଜନତା ପ୍ରଶ୍ନ ପଚାରିବେ | ଟ୍ୱିଟରରେ ଦିଆଯାଇଥିବା https://docs.google.com/forms/d/e/1FAIpQLSeoomxEZmFyInhi-D_6hiqKK3VeWhj8rTIHU9vLIS7JDjWCgA/viewform ଲିଙ୍କ ମାଧ୍ୟମରେ ଆପଣ ପ୍ରଶ୍ନ କରିପାରିବେ | ଏହାର ଉତ୍ତର ଅନୁଭବ ନିଜେ ଅଗଷ୍ଟ ୧୬ ତାରିଖରେ ଦେବେ |

ରାତି ୮ଟାରୁ ୮.୩୦ ମଧ୍ୟରେ ଫେସବୁକ ଲାଇଭ ମାଧ୍ୟମରେ ଅନୁଭବ ଜନତାଙ୍କ ପ୍ରଶ୍ନର ଉତ୍ତର ଦେବେ ବୋଲି ଖୋଦ କହିଛନ୍ତି | ସୋସିଆଲ ମିଡ଼ିଆ ଟ୍ୱିଟରରେ ବ୍ୟସ୍ତ ରଖୁଥିବା ଅନୁଭବ ବୋଧେ ଲୋକଙ୍କ ମୁଡ଼କୁ ପରଖିବାକୁ ପ୍ରଚେଷ୍ଟା କରିଛନ୍ତି |

ସମ୍ବନ୍ଧିତ ଖବର