ଭୁବନେଶ୍ବର : ଦିଲ୍ଲୀରେ ସରକାରୀ ବଙ୍ଗଳାକୁ ଜୋର ଜବରଦସ୍ତ ମାଡି ବସିଛନ୍ତି ବୈଜୟନ୍ତ ପଣ୍ଡା। ଟ୍ୱିଟ୍ ଜରିଆରେ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି େକନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି। କହିଛନ୍ତି, ବୈଜୟନ୍ତଙ୍କର ଆଇନ ପ୍ରତି କୌଣସି ସମ୍ମାନ ନାହିଁ କିମ୍ବା ଆଚାର ବିଚାର ବା ନୈତିକତା ବି ନାହିଁ। ୧୩ ମାସ ତଳେ ସାଂସଦ ପଦରୁ ଇସ୍ତଫା ଦେଇଥିବା ବେଳେ, ଏପରିକି ଗତ ନିର୍ବାଚନରେ ହାରିବା ସତ୍ତ୍ବେ ବୈଜୟନ୍ତ ସରକାରୀ ବଙ୍ଗଳାକୁ ନିଜ ଦଖଲରେ ରଖିଛନ୍ତି।
ଅନୁଭବ ନିଜ ଦ୍ୱିତୀୟ ଟ୍ୱିଟରେ ଦର୍ଶାଇଛନ୍ତି, ବୈଜୟନ୍ତଙ୍କ ଘରର ସୁରକ୍ଷା କର୍ମୀଙ୍କୁ କିଛି ଏଭଳି ଢଙ୍ଗରେ ଟ୍ରେନିଂ ଦିଆଯାଇଛି, ଯେପରି ସେମାନେ ନବ ନିର୍ବାଚିତ ସାଂସଦଙ୍କୁ ଗେଟ ଭିତରକୁ ଛାଡିବେ ନାହିଁ । ଯେଉଁମାନଙ୍କୁ ଲୋକସଭାର ଗୃହ କମିଟି ଅଧିକାର ଦେଇଛି େଯ ସେମାନେ ଭିତରେ ପଶି ଘରର ସ୍ଥିତିକୁ ଅନୁଧ୍ୟାନ କରିବା ପାଇଁ। ବୈଜୟନ୍ତ ଭବିଷ୍ୟତରେ ଉପଦେଶ, ନୈତିକତା ଓ ସାଧାରଣ ଜୀବନରେ ଶିଷ୍ଟାଚାର ଓ ମୂଲ୍ୟବୋଧର କଥା କହିବା ବନ୍ଦ କରନ୍ତୁ। ସନ୍ଧ୍ୟା ୬ଟା ବେଳେ ଅନୁଭବଙ୍କ ଏହି ଟ୍ବିଟ୍ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ େହାଇଛି। ନୂଆଦିଲ୍ଲୀର ୨ ମହାଦେବ ରୋଡରେ ବୈଜୟନ୍ତଙ୍କୁ ପୂର୍ବରୁ ସରକାରୀ ବଙ୍ଗଳା ମିଳିଥିଲା, ଯେତେବେଳେ ବିଜେଡିରୁ ନିର୍ବାଚିତ ହୋଇ ସେ ସାଂସଦ ଥିଲେ। ହେଲେ ଏହାରି ଭିତରେ ନିର୍ବାଚନରେ ପରାଜିତ ହୋଇସାରିଥିଲେ ମଧ୍ୟ ସରକାରୀ ବଙ୍ଗଳା ଛାଡିନାହାନ୍ତି। ଉକ୍ତ ଘର ସାମ୍ନାରେ ନିଜେ ଅନୁଭବ ଛିଡା େହାଇଥିବା ଫଟୋ ମଧ୍ୟ ଟ୍ବିଟ୍ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ୨୦୧୯ ନିର୍ବାଚନରେ ସବୁଠାରୁ ଚର୍ଚିତ ଲଢେଇ େହାଇଥିଲା େକନ୍ଦ୍ରାପଡା। ଏଥିରେ ବୈଜୟନ୍ତ ପଣ୍ଡା ଲକ୍ଷାଧିକ େଭାଟରେ ଅନୁଭବଙ୍କ ଠାରୁ ପରାସ୍ତ େହାଇଥିଲେ।
ଏ ସମ୍ପର୍କରେ ବୈଜୟନ୍ତ ପଣ୍ଡାଙ୍କ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ସ୍ପଷ୍ଟୀକରଣ ଅନୁଯାୟୀ, ଶ୍ରୀ ପଣ୍ଡାଙ୍କ କିଛି ବ୍ୟକ୍ତିଗତ ଆସବାବପତ୍ର କ୍ବାର୍ଟରରୁ ସ୍ଥାନାନ୍ତର କରିବାକୁ ସମୟ ଲାଗୁଛି। ଏଥିପାଇଁ ଶ୍ରୀ ପଣ୍ଡା ବିଦ୍ଧିବଦ୍ଧ ଭାବେ ବଜାର ଭଡ଼ାରେ କ୍ବାର୍ଟର ଆଉ କିଛି ଦିନ ରଖିବା ପାଇଁ ଅନୁମତି ପାଇଛନ୍ତି। ଶ୍ରୀ ପଣ୍ଡାଙ୍କ କାର୍ଯ୍ୟାଳୟରୁ ପ୍ରକାଶିତ ପ୍ରେସ୍ ନୋଟ୍ ଅନୁଯାୟୀ, ଅନେକ ସାଂସଦ ସମ୍ପୃକ୍ତ କ୍ବାର୍ଟରକୁ ପ୍ରାକ୍ ଅନୁମତି ନେଇ ଆସୁଥିବାବେଳେ ସାଂସଦ ଅନୁଭବ ମହାନ୍ତି ବିନା କୌଣସି ସୂଚନାରେ ଶ୍ରୀ ପଣ୍ଡାଙ୍କ କ୍ବାର୍ଟରକୁ ଆସିବାରୁ ତାଙ୍କୁ ସୁରକ୍ଷାକର୍ମୀ ଭିତରକୁ ଛାଡ଼ିନଥିଲେ। ପରେ ଶ୍ରୀ ପଣ୍ଡାଙ୍କ ବ୍ୟକ୍ତିଗତ ସଚିବ ଶ୍ରୀ ମହାନ୍ତିଙ୍କ ସହ ଯୋଗାଯୋଗ କରି ସମ୍ପୃକ୍ତ କ୍ବାର୍ଟର ପରିଦର୍ଶନ କରିବାକୁ ସମୟ ନିର୍ଦ୍ଧାରଣ କରାଯାଇଥିଲା। ଅଥଚ ନିର୍ଦ୍ଧାରିତ ସମୟରେ ସାଂସଦ ଶ୍ରୀ ମହାନ୍ତି ଆସିନଥିଲେ। ଏନେଇ ଶ୍ରୀ ପଣ୍ଡାଙ୍କ ବ୍ୟକ୍ତିଗତ ସଚିବ ଶ୍ରୀ ମହାନ୍ତିଙ୍କ ସହ ପୁଣି ଥରେ ଯୋଗାଯୋଗ କରିବାରୁ ତାଙ୍କୁ ଦୁର୍ବ୍ୟବହାର କରାଯାଇଥିଲା ବୋଲି ଅଭିଯୋଗ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/07/anu-final.jpg)