ଗୀତା ପଢି ବିବାଦ ତୁଟାଅ : ଓକିଲଙ୍କ ଜରିଆରେ ବର୍ଷାଙ୍କୁ ଉପହାର ପଠାଇଲେ ଅନୁଭବ

କଟକ: ପାରିବାରିକ ଜୀବନରେ ଉଠିଥିବା ଝଡ଼କୁ ସମାଧାନ କରିବା ପାଇଁ ବର୍ଷାଙ୍କୁ ପରାମର୍ଶ ଦେଲେ ଅନୁଭବ | ବହୁଚର୍ଚ୍ଚିତ ଷ୍ଟାର ଦମ୍ପତି ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲାରେ ଆଜି କଟକ ଜିଲ୍ଲା ଜଜଙ୍କ କୋର୍ଟରେ ସାକ୍ଷ୍ୟ ଗ୍ରହଣ ପାଇଁ ସାଂସଦ ଅନୁଭବ ମହାନ୍ତି ଉପସ୍ଥିତ ହୋଇଥିଲେ | ତେବେ କୋର୍ଟରେ ଆଜି ଆଇନଜୀବୀଙ୍କ ଜରିଆରେ ବର୍ଷାଙ୍କୁ ଭଗବଦ ଗୀତା ଦେଇଛନ୍ତି ଅନୁଭବ ମହାନ୍ତି | ଭଗବଦ ଗୀତା ନିୟମିତ ପଢି ଏଥିରେ ଲେଖାଥିବା ପ୍ରତ୍ୟେକ ଶ୍ଳୋକର ଅର୍ଥ ବୁଝି ବିବାଦ ତୁଟାଇବାକୁ ନିଷ୍ପତି ନେବାକୁ ପରାମର୍ଶ ମଧ୍ୟ ଦେଇଛନ୍ତି |ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜୁଲାଇ ୧୧ ତାରିଖରେ ହେବ |

ସୂଚନା ଥାଉ କି ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲାରେ କଟକ ଏସ୍‌ଡିଜେଏମ୍‌ କୋର୍ଟଙ୍କ ନିର୍ଦ୍ଦେଶ ଉପରେ ଜିଲ୍ଲା ଅଦାଲତ ଗତ ଜୁନ ୨୧ରେ ରହିତାଦେଶ ଜାରି କରିଥିଲେ । ଅନୁଭବଙ୍କ ଘର ଛାଡ଼ି ଅନ୍ୟତ୍ର ରହିବା ନିର୍ଦ୍ଦେଶ ଉପରେ କଟକ ଜିଲ୍ଲା ଜଜ ରୋକ୍‌ ଲଗାଇଥିଲେ । କଟକ ଜିଲ୍ଲା ଜଜ୍‌ ଏସଡିଜେଏମଙ୍କ ନିର୍ଦ୍ଦେଶ ଉପରେ ଅନ୍ତରୀଣ ରୋକ ଲଗାଇଥିଲେ ।

ସୂଚନାଯୋଗ୍ୟ, ଏସ୍‌ଡିଜେଏମ୍‌ ଅନୁଭବଙ୍କ ଘର ଛାଡ଼ି ବର୍ଷାଙ୍କୁ ଅନ୍ୟତ୍ର ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହି ନିର୍ଦ୍ଦେଶକୁ ବିରୋଧ କରି ବର୍ଷା ଜିଲ୍ଲା ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ। ଆଉ କୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଆଜି ତାରିଖ ଧାର୍ଯ୍ୟ କରିଥିଲେ | ଆଜି ଅନୁଭବ ସାକ୍ଷ୍ୟ ଗ୍ରହଣ ପାଇଁ ସାଂସଦ ଅନୁଭବ ମହାନ୍ତି ଉପସ୍ଥିତ ହୋଇଥିବାବେଳେ ପରବର୍ତ୍ତୀ ଶୁଣାଣି ଆସନ୍ତା ଜୁଲାଇ ୧୧ ତାରିଖରେ ହେବ ବୋଲି ଧାର୍ଯ୍ୟ ହୋଇଛି।

ସମ୍ବନ୍ଧିତ ଖବର