କଟକ: ଓଲିଉଡ ଅଭିନେତା ତଥା ବିଜେଡି ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଥିବା ବିବାଦକୁ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ | ପତ୍ନୀ ବର୍ଷାଙ୍କୁ ଛାଡ଼ପତ୍ର ପ୍ରଦାନ ପ୍ରସଙ୍ଗକୁ ନେଇ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଦାୟର କରିଥିବା ମାମଲାର ଆଜି ହାଇକୋର୍ଟରେ ଶୁଣାଣି ହୋଇଛି। ଶୁଣାଣି ପରେ ଆବେଦନର କପି ବର୍ଷାଙ୍କୁ ଦେବାକୁ ଅନୁଭବଙ୍କୁ ହାଇକୋର୍ଟ କହିଛନ୍ତି। ଜଷ୍ଟିସ ବି.ଆର. ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଅନୁଭବଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

Advertisment

କଟକ ପରିବାର ଅଦାଲତରେ ବିଚାରାଧୀନ ତାଙ୍କ ଛାଡ଼ପତ୍ର ଆବେଦନର ଶୁଣାଣି ନିର୍ଦ୍ଧାରିତ ସମୟସୀମା ଭିତରେ ଶେଷ କରିବାକୁ ନିର୍ଦ୍ଦେଶ ଲୋଡ଼ି ଅନୁଭବ ଏହି ଆବେଦନ ଦାଖଲ କରିଛନ୍ତି। ସେ ଦର୍ଶାଇଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ମାର୍ଚ୍ଚ ୫ର ନିର୍ଦ୍ଦେଶ ଅନୁସାରେ ଦିଲ୍ଲୀର ପଟିଆଲା ହାଉସ ଅଦାଲତରୁ କଟକ ପରିବାର ଅଦାଲତକୁ ତାଙ୍କ ଛାଡପତ୍ର ଆବେଦନ ଶୁଣାଣି ପାଇଁ ସ୍ଥାନାନ୍ତର ହୋଇଥିଲା। ମାମଲାର ତ୍ବରିତ ଶୁଣାଣି ପାଇଁ ସୁପ୍ରିମକୋର୍ଟ କହିଥିଲେ। ଏଥି ସହିତ ଆଇନରେ ଥିବା ବ୍ୟବସ୍ଥା ଅନୁସାରେ ମଧ୍ୟ ଛାଡ଼ପତ୍ର ମାମଲାର ଶୁଣାଣି ନିର୍ଦ୍ଦିଷ୍ଟ ସମୟସୀମା ଭିତରେ କରାଯିବା କଥା। କିନ୍ତୁ ବିଭିନ୍ନ କାରଣରୁ ଛାଡ଼ପତ୍ର ଆବେଦନର ଶୁଣାଣି ଘୁଞ୍ଚି ଚାଲିଛି। ତାରିଖ ପରେ ତାରିଖ ଗାଡ଼ି ଚାଲିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ମଧ୍ୟସ୍ଥତା ପ୍ରକ୍ରିୟା ସଂପାଦିତ ହୋଇଥିଲା। ସେତେବେଳେ କିଛି ଫଳ ମିଳି ପାରି ନଥିଲା। ମାମଲା କଟକ ସ୍ଥାନାନ୍ତର ପରେ ପୁଣି ପରିବାର ଅଦାଲତରେ ମଧ୍ୟସ୍ଥତା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ମଧ୍ୟସ୍ଥତା ପ୍ରକ୍ରିୟା ପ୍ରସଂଗରେ ବର୍ଷା ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଏଥିରୁ ବର୍ଷାଙ୍କ ମଧ୍ୟସ୍ଥତା ପ୍ରକ୍ରିୟା ପ୍ରତି ଆସ୍ଥା ନଥିବା ସ୍ପଷ୍ଟ ହୋଇଥିଲା। ସେ ସବୁ ତାରିଖରେ ପରିବାର ଅଦାଲତ ଓ ମଧ୍ୟସ୍ଥତା କେନ୍ଦ୍ରରେ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହୁଥିବା ବେଳେ ବର୍ଷା ଅନୁପସ୍ଥିତ ରହୁଛନ୍ତି। ସମୟ ମାଗି ବର୍ଷାଙ୍କ ପକ୍ଷରୁ ପିଟିସନ୍ ଦାଖଲ କରାଯାଉଛି। ଏଭଳି ଭାବେ ପରିବାର ଅଦାଲତରେ ଛାଡପତ୍ର ଆବେଦନର ଶୁଣାଣି ଘୁଞ୍ଚି ଚାଲିଛି। ୬ ମାସ ଭିତରେ ଛାଡ଼ପତ୍ର ଆବେଦନର ଶୁଣାଣି ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଉ ବୋଲି ଅନୁଭବଙ୍କ ଆବେଦନରେ ଦର୍ଶାଯାଇଛି। ମାମଲାରେ ବର୍ଷା ପ୍ରିୟଦର୍ଶିନୀ ଓ କଟକ ପରିବାର ଅଦାଲତଙ୍କୁ ପକ୍ଷଭୁକ୍ତ କରାଯାଇଛି।

Salman Khan fan MP Anubhav Mohanty slapped with domestic violence case by  actor wife Priyadarshini OpIndia

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଅନୁଭବ ଦିଲ୍ଲୀର ପଟିଆଲା ହାଉସ ପରିବାର ଅଦାଲତରେ ଛାଡ଼ପତ୍ର ପାଇଁ ଗଲା ବର୍ଷ ଜୁଲାଇ ୧୬‌ରେ ପିଟିସନ୍ ଦାଖଲ କରିଥିଲେ। ଏହି ଛାଡ଼ପତ୍ର ମାମଲାକୁ କଟକ ପରିବାର ଅଦାଲତକୁ ସ୍ଥାନାନ୍ତର ପାଇଁ ବର୍ଷା ସୁପ୍ରିମ‌କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମାର୍ଚ୍ଚ ୫ରେ ସୁପ୍ରିମକୋର୍ଟରେ ମାମଲାର ଚୂଡାନ୍ତ ଶୁଣାଣି ହୋଇଥିଲା। ଅନୁଭବଙ୍କ ସହମତିକୁ ବିଚାରକୁ ନେଇ ସୁପ୍ରିମକୋର୍ଟ ବର୍ଷାଙ୍କ ଟ୍ରାନ୍ସଫର ପିଟିସନକୁ ଅନୁମତି ଦେଇଥିଲେ। ସୁପ୍ରିମକୋର୍ଟଙ୍କ ମାର୍ଚ୍ଚ ୫ର ନିର୍ଦ୍ଦେଶ ଅନୁସାରେ ଅନୁଭବ ପତ୍ନୀ ବର୍ଷାଙ୍କୁ ଛାଡପତ୍ର ଦେବା ପାଇଁ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ କରିଥିବା ଆବେଦନ ଶୁଣାଣି ପାଇଁ କଟକ ପରିବାର ଅଦାଲତକୁ ସ୍ଥାନାନ୍ତର ହୋଇ ଆସିବା ପରେ ଏପ୍ରିଲ ୫ରେ ଉଭୟ ପରିବାର ଅଦାଲତରେ ହାଜର ହୋଇଥିଲେ। ଅନୁଭବଙ୍କ ପକ୍ଷରୁ ଆଇନଜୀବୀ ଆଲୋକ କୁମାର ମହାପାତ୍ର ମାମଲା ପରିଚାଳନା କରୁଛନ୍ତି।