ବର୍ଷାଙ୍କୁ ଦିଲ୍ଲୀ କୋର୍ଟଙ୍କ ନୋଟିସ, ଡିସେମ୍ବର ୧୦ରେ ହାଜର ହେବାକୁ ନିର୍ଦ୍ଦେଶ

ଭୁବନେଶ୍ବର : ଓଲିଉଡ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ  ଛାଡ଼ପତ୍ର ମାମଲାର ଶୁଣାଣି ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଆରମ୍ଭ ହୋଇଛି । ବିଚାରପତି ଅଂଜୁ ବଜାଜ ଚନ୍ଦନା ଏହି ମାମଲାର ଶୁଣାଣି କରିବା ସହ ବର୍ଷାଙ୍କୁ ନୋଟିସ ଜାରି କରିଛନ୍ତି ।

ଆସନ୍ତା ଡିସେମ୍ବର ୧୦ରେ କୋର୍ଟରେ ହାଜର ହୋଇ ନିଜର ପକ୍ଷ ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅବସରରେ ଅନୁଭବ କହିଛନ୍ତି ଯେ ସେ କୋର୍ଟରେ ନିଜର ପକ୍ଷ ରଖିଛନ୍ତି ଓ ଭଗବାନଙ୍କ ଉପରେ ତାଙ୍କର ଦୃଢ  ବିଶ୍ବାସ ରହିଛି ।

ଏଠାରେ ଉଲ୍ଲେଖଯୋଗ୍ୟ, ଯେ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଅନୁଭବ ବର୍ଷାଙ୍କ ବିରୁଦ୍ଧରେ ଛାଡ଼ପତ୍ର ମାମଲା ରୁଜ୍ଜୁ କରିଛନ୍ତି । ନିଜ ପିଟିସନରେ ସେ ବର୍ଷାଙ୍କ ବିରୋଧରେ ଅନେକ ସଂଗୀନ ଅଭିଯୋଗ ଆଣିଛନ୍ତି ।  ବର୍ଷା ଶାରିରୀକ ସଂପର୍କ ପାଇଁ ରାଜି ହେଉ ନଥିଲେ । ଅଧିକାଂଶ ସମୟ ନିଜ ଶାଶୁ ଘରେ ନରହି ବାପଘରେ ରହୁଥିଲେ ଓ ଏହାକୁ ନେଇ ଅଧିକାଂଶ ସମୟ ତାଙ୍କ ସହ ଝଗଡ଼ା କରୁଥିଲେ ବୋଲି ଅନୁଭବ ନିଜ ପିଟିସନରେ ଦର୍ଶାଇଛନ୍ତି ।

ସମ୍ବନ୍ଧିତ ଖବର