କଟକ : ଓଲିଉଡ୍ ଅଭିନେତା ତଥା କେନ୍ଦ୍ରାପଡ଼ା ସା˚ସଦ ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କୁ ଦ୍ବିତୀୟ ଥର ଫୋନ୍ରେ ଧମକ ମିଳିଛି। ଟଙ୍କା ନଦେଲେ ହତ୍ୟା କରିବାକୁ ଦୁର୍ବୃତ୍ତ ଜଣକ ଧମକ ଦେଇଥିବା ଅଭିଯୋଗ ହୋଇଛି। ପୁଲିସ ପୁରୀଘାଟ ଅଞ୍ଚଳର ଦୁର୍ବୃତ୍ତଙ୍କୁ ଠାବ କରିବାରେ ସଫଳ ହୋଇଛି। କିନ୍ତୁ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ପୂର୍ବରୁ କୌଣସି ଅପରାଧିକ ମାମଲା ନଥିବା ବେଳେ ହ୍ବାଟସଆପ୍ରେ ଧମକ ଦେବା ଅଭିଯୋଗରେ ତାଙ୍କୁ ଗିରଫ କରାଯିବ ବୋଲି ଡିସିପି ଅଖିଳେଶ୍ବର ସି˚ହ କହିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ, ୨୯ ତାରିଖରେ ଶ୍ରୀ ମହାନ୍ତିଙ୍କୁ ଦୁର୍ବୃତ୍ତ ୧୦ ଲକ୍ଷ ଟଙ୍କା ବଟି ମାଗିଥିଲା। ଟଙ୍କା ନ ଦେଲେ ମାରିଦେବାକୁ ଧମକ ଦିଆଯାଇଥିବା ନେଇ ମେସେଜ୍ରେ ଉଲ୍ଲେଖ ଥିଲା। ଏ ସ˚କ୍ରାନ୍ତରେ ପୁରୀଘାଟ ଥାନାରେ ଏକ ମାମଲା ରୁଜୁ ହୋଇଥିଲା।
ସା˚ସଦ ଅନୁଭବ ମହାନ୍ତିଙ୍କୁ ପୁଣି ଧମକ
/sambad/media/post_attachments/wp-content/uploads/2019/05/anu.jpg-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)