ଭୁବନେଶ୍ବର: କିଛି ଦିନର ନିରବତା ପରେ ଏବେ ସୋସିଆଲ ମିଡିଆରେ ପୁଣି ଚର୍ଚ୍ଚାରେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । ବାନ୍ଧବୀ ଜାଗୃତି ଶୁକ୍ଳା ଓ ବନ୍ଧୁ ଅଶ୍ୱିନୀ ଦୁବେଙ୍କ ସହ ସାକ୍ଷାତ ବେଳର ଫଟୋକୁ ଅନୁଭବ ନିଜ ଫେସବୁକ୍ ପେଜରେ ସେୟାର କରିବା ପରେ ଚର୍ଚ୍ଚାକୁ ଆସିଛନ୍ତି । ଅନୁଭବଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି ।

ସେତେବେଳେ ମଧ୍ୟ ଜାଗୃତିଙ୍କ ସହ ଅନୁଭବଙ୍କ ସମ୍ପର୍କକୁ ନେଇ ସୋସିଆଲ୍ ମିଡିଆରେ ଚର୍ଚ୍ଚା ହୋଇଥିଲା । ଅନୁଭବଙ୍କ ଏହି ପୋଷ୍ଟ ପୁଣି ଥରେ ସେହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି ଏବଂ ଜାଗ୍ରୁତିଙ୍କ ସହ ଅନୁଭବଙ୍କର ଘନିଷ୍ଠ ବନ୍ଧୁତ୍ୱ ଥିବା ସ୍ପଷ୍ଟ ହୋଇଛି । ଜାଗୃତି ଶୁକ୍ଲା ହେଉଛନ୍ତି ପେଶାରେ ସାମ୍ବାଦିକା ଏବଂ ସେ ରାଜ୍ୟସଭା ଟିଭିର ଉପସ୍ଥାପିକା ।