ଆସୁଛି ଅନୁଭବ ମହାନ୍ତିଙ୍କ ବାୟୋପିକ, ଫିଲ୍ମର କାହାଣୀ ଲେଖିଛନ୍ତି ଦିଲ୍ଲୀ ସାମ୍ବାଦିକା

ଭୁବନେଶ୍ବର: ଅଭିନେତା ଅନୁଭବଙ୍କ ଏକ ବାୟୋପିକ ରିଲିଜକୁ ନେଇ ଚର୍ଚ୍ଚା ଚାଲିଛି । ଯାହାର ଟ୍ରେଲର ସାମ୍ନାକୁ ଆସିଛି । ଏହାର ସ୍କ୍ରିପ୍ଟ ଲେଖିଛନ୍ତି ଲୋକସଭା ଟିଭିର ରିପୋର୍ଟର ଓ ଆଙ୍କର ଜାଗୃତି ଶୁକ୍ଲା ।

ଜୀବନ ସହ ସଂଘର୍ଷ ଏବଂ ପ୍ରତିକୂଳ ପରିସ୍ଥିତି ସହ ଲଢ଼ିବାର ଆତ୍ମବିଶ୍ୱାସ । ବିଶେଷ କରି ଏହି କଥାବସ୍ତୁ ଉପରେ ନିର୍ମାଣ ହୋଇଛି ଓଲିଉଡ୍ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଆତ୍ମଜୀବନୀ । ଭୟ ହେଉଛି ବୋଝ, ଭୟଶୂନ୍ୟ ହେବା ସବୁଠାରୁ ବଡ଼ ଅସ୍ତ୍ର । ଅନୁଭବଙ୍କ ଏହି ଉକ୍ତି ଆଧାରରେ ପ୍ରସ୍ତୁତି ହୋଇଛି ବାୟୋପିକ୍ ଫିଲ୍ମ ।

ଅନୁଭବଙ୍କ ଆତ୍ମଜୀବନୀକୁ ନେଇ ନିର୍ମାଣ ହୋଇଥିବା ଏହି ଫିଲ୍ମର କାହାଣୀ ଲେଖିଛନ୍ତି ଜଣେ ସାମ୍ବାଦିକା । ସାମ୍ବାଦିକାଙ୍କ ନାଁ ହେଉଛି ଜାଗୃତି ଶୁକ୍ଳା । ଚଳିତବର୍ଷ ଏପ୍ରିଲମାସରେ ଜାଗୃତିଙ୍କୁ ଅନୁଭବ ମହାନ୍ତିଙ୍କ ସହ ଦେଖିବାକୁ ମିିଳିଥିଲା । ସେତେବେଳେ ଜାଗୃତି ଟ୍ୱିଟ୍ କରି ଲେଖିଥିଲେ- ଅନୁଭବ ମହାନ୍ତି ଜଣେ ପ୍ରତିଭାବାନ କଳାକାର । ଓଡ଼ିଆ ସିନେମାର ସୁପରଷ୍ଟାର । ଲୋକଙ୍କ ପସନ୍ଦର ସାଂସଦ । ଆଉ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି-ସେ ବିନମ୍ର ବ୍ୟକ୍ତି । ମୋର କବିତା ସଂକଳନ ପୁସ୍ତକ ତାଙ୍କୁ ଉପହାର ଦେଇ ମୁଁ ବେଶ ଖୁସି ।

ଏହି ସାମ୍ବାଦିକା ହିଁ ଲେଖିଛନ୍ତି ଅନୁଭବ ମହାନ୍ତିଙ୍କ ଆତ୍ମଜୀବନୀର କାହାଣୀ । ଜାଗୃତି ଶୁକ୍ଲା ଲୋକସଭା ଟିଭିରେ କନ୍ସଲଟାଣ୍ଟ ଭାବେ କାମ କରନ୍ତି । ସେ ମଞ୍ଚ ଅଭିନୟ, ଫଟୋଗ୍ରାଫି ଏବଂ ଭ୍ରମଣ କରିବାକୁ ବେଶ ରୁଚି ରଖନ୍ତି । ଜାଗୃତିଙ୍କ ହିନ୍ଦି ସାହିତ୍ୟ ଉପରେ ବେଶ ଦଖଲ ଥିବାରୁ ସେ ଅନୁଭବଙ୍କ ଆତ୍ମଜୀବନୀର କାହାଣୀ ଲେଖିଥିବା କୁହାଯାଉଛି । ତେବେ ଏହି ଫିଲ୍ମର କନ୍ସେପ୍ଟ ଓ ଭଏସ୍ ଦାୟିତ୍ୱ ଅନୁଭବ ତୁଳାଇଥିବା ବେଳେ ଇଫେକ୍ଟ, ମିକ୍ସିଂ ଏବଂ ଗ୍ରାଫିକ୍ସ ଦାୟିତ୍ୱ ତୁଲାଇଛନ୍ତି ଲୁବୁନ୍-ଟୁବୁନ୍ ।

ସମ୍ବନ୍ଧିତ ଖବର