ବାନ୍ଧବୀ ଜାଗୃତିଙ୍କ ସହ ଫଟୋ ସେୟାର କରି ଏଭଳି କଥା ଲେଖିଲେ ଅନୁଭବ

ଭୁବନେଶ୍ବର: ପାରିବାରିକ ବିବାଦରେ ଛନ୍ଦି ହୋଇ ପଡ଼ିଥିବା ସାଂସଦ ତଥା ଓଲିଉଡ ଅଭିନେତା ଅନୁଭବ ମହାନ୍ତି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି ଏବେ ଚର୍ଚ୍ଚାରେ ଅନୁଭବ । ଦୀର୍ଘ ଦିନ ପରେ ଅନୁଭବ ପୁଣି ଥରେ ବାନ୍ଧବୀ ଜାଗୃତିଙ୍କ ସହ ଫଟୋ ପୋଷ୍ଟ କରିଛନ୍ତି । ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଛାଡିଥିବା ଏହି ଫଟୋରେ ଅନୁଭବ ଓ ଜାଗୃତି ଏକାଠି ବସି ଖାଉଥିବାର ଦେଖିବାକୁ ମିଳିଛି ।

ଏହି ଫଟୋର କ୍ୟାପସନରେ ଅନୁଭବ ଲେଖିଛନ୍ତି, ମୋର ବନ୍ଧୁ, ଆତ୍ମନିର୍ଭରଶୀଳ ଓ ସଶକ୍ତ ମହିଳାଙ୍କୁ ଭେଟିବାକୁ ସବୁବେଳେ ଭଲ ଲାଗେ । ବହୁତ ଦୂର ପର୍ଯ୍ୟନ୍ତ ଯିବାର ଅଛି ବୋଲି ଲେଖିଛନ୍ତି ଅନୁଭବ ମହାନ୍ତି । ଶେଷରେ ଥମ୍ପସ୍ଅପର ଏକ ଇମୋଜି ଲଗାଇଛନ୍ତି । ଗୋଟିଏ ପଟେ ପତ୍ନୀ ବର୍ଷାଙ୍କୁ ନେଇ ବିବାଦ ଲାଗି ରହିଛି । କଟକ ଫ୍ୟାମିଲି କୋର୍ଟରେ ବର୍ଷାଙ୍କଠାରୁ ବିବାହ ବିଚ୍ଛେଦ ପାଇଁ ଅନୁଭବ କରିଥିବା ଆବେଦନର ଶୁଣାଣି ଚାଲିଛି । ଏହା ସହ ଦାମ୍ପତ୍ୟ ସଂପର୍କର ସୁରକ୍ଷା ଲାଗି ବର୍ଷା ରୁଜୁ କରିଥିବା ଆବେଦନର ମଧ୍ୟ ଶୁଣାଣି କରୁଛନ୍ତି ପରିବାର ଅଦାଲତ । ଏହାରି ଭିତରେ ବାନ୍ଧବୀ ଜାଗୃତିଙ୍କ ସହ ଫଟୋ ପୋଷ୍ଟ କରି ଚର୍ଚ୍ଚାର ଖୋରକ ଯୋଗାଇଛନ୍ତି ଅନୁଭବ ।

ସମ୍ବନ୍ଧିତ ଖବର