ଅନୁଗୁଳ : ଅନୁଗୁଳ ଜିଲ୍ଲାରେ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ବାହାରୁ ଓ ରାଜ୍ୟ ମଧ୍ୟରେ ଥିବା ହଟ୍ସ୍ପଟ୍ ଅଂଚଳରୁ ଆସୁଥିବା ଲୋକମାନଙ୍କ ଉପରେ ଜିଲ୍ଲ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। ହଟ୍ସ୍ପଟ୍ ଅଂଚଳରୁ ଯେଉଁମାନେ ଅନୁଗୁଳ ଜିଲ୍ଲାକୁ ଆସୁଛନ୍ତି, ସେମାନେ ୧୪ଦିନିଆ ସରକାରୀ ସଂଗରୋଧ କେନ୍ଦ୍ରରେ ରହିବାକୁ ବାଧ୍ୟତାମଳକ ବୋଲି ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ଆଜି ଏକ ସଂଶୋଧିତ ନିର୍ଦ୍ଦେଶନାମା ଜାରି କରିଛନ୍ତିି। ବିଶେଷ କାର୍ଯ୍ୟ ନଥିଲେ ଅନୁଗୁଳ ଜିଲ୍ଲାକୁ ନଆସିବା ପାଇଁ ଜିଲ୍ଲାପାଳ ଏହି କଟକଣା ଜାରି କରିଛନ୍ତି। ଏହି କଟକଣାର ଅବମାନନା କଲେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ର ଧାରା ୫୧ରୁ ୬୦ ଏବଂ ଆଇପିସିର ଧାରା ୧୮୮ ଅନୁସାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ପୂର୍ବରୁ ଗଂଜାମ ଓ ଯାଜପୁର ଜିଲ୍ଲାର ଲୋକଙ୍କୁ ଅନୁଗୁଳ ଆସିବା ଉପରେ ଜିଲ୍ଲାପାଳ କଟକଣା ଲଗାଇଥିଲେ। ହେଲେ ପରେ ଏକ ସଂଶୋଧିତ ନିର୍ଦ୍ଦେଶନାମାରେ ହଟ୍ସ୍ପଟ୍ ଜିଲ୍ଲାର ଲୋକଙ୍କ ଉପରେ କଟକଣା ଜାରି କରିଛନ୍ତି। ଆଜି ଏକ ସମୟରେ ୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧୩୨ରେ ପହଂଚିଛି। ଏହାକୁ ଦୃଷ୍ଟିରେ ରଖି ଏଭଳି ପକ୍ଷକ୍ଷେପ ନିଆଯାଇଛି। କିନ୍ତୁ, କେଉଁ ସବୁ ଜିଲ୍ଲା ଏବେ ହଟ୍ସ୍ପଟ୍ରେ ରହିଛି, ସେ ସଂକ୍ରାନ୍ତରେ ଏଥିରେ ଉଲ୍ଲେଖ କରାଯାଇ ନାହିଁ। ଫଳରେ ଏହାକୁ ଦ୍ବନ୍ଦ୍ବାତ୍ମକ ସ୍ଥିତି ସୃଷ୍ଟି ହୋଇଛି।
ହଟ୍ସ୍ପଟ୍ ଅଂଚଳରୁ ଅନୁଗୁଳ ଜିଲ୍ଲାକୁ ଆସିବା ମନା
/sambad/media/post_attachments/wp-content/uploads/2020/07/angul.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)