ପ୍ରତାପଙ୍କୁ ପ୍ରାର୍ଥୀ ଘୋଷଣା ପରେ ଅନୁଗୁଳ ବିଜେପିରେ ବିଦ୍ରୋହ

ପୁରୁଣା କାର୍ଯ୍ୟକର୍ତ୍ତା ଦେବେ ସମାନ୍ତରାଳ ପ୍ରାର୍ଥୀ! ‌

ଅନୁଗୁଳ : ଯାହା ଆଶଙ୍କା କରାଯାଉଥିଲା, ତାହାହିଁ ହେଲା। କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଘରୋଇ ଜିଲ୍ଲା ଅନୁଗୁଳରେ ବିଧାନସଭା ପ୍ରାର୍ଥୀ ଭାବେ ପ୍ରତାପ ପ୍ରଧାନ(ନିଲୁ)ଙ୍କ ନାମ ଘୋଷଣା କରାଯିବା ପରେ ଅନୁଗୁଳ ବିଜେପିରେ ବିଦ୍ରୋହ ଦେଖାଦେଇଛି। ପ୍ରତାପ ପ୍ରଧାନଙ୍କୁ ଅନୁଗୁଳ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ନିଷ୍ପତ୍ତିର ପୁନର୍ବିଚାର କରା ନଗଲେ ଦଳର ପୁରୁଣା କର୍ମୀମାନେ ଏକାଠି ତାଙ୍କ ବିରୋଧରେ ପ୍ରାର୍ଥୀ ଦେବେ ବୋଲି ଖୋଲାଖୋଲି ଧମକ ଦେଇଛନ୍ତି। ଆମଦାନୀ କରାଯାଇଥିବା ନେତାଙ୍କୁ କଦାପି ଗ୍ରହଣ କରାଯିବ ନାହିଁ ବୋଲି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଗତ ଥରର ଦଳୀୟ ପ୍ରାର୍ଥୀ ମୀନକେତନ ଅମାନ୍ତ, ଅନୁଗୁଳ ଜିଲ୍ଲା ବିଜେପି ଓବିସି ମୋର୍ଚ୍ଚା ଅଧୢକ୍ଷ ଦିଲୀପ ପ୍ରଧାନଙ୍କ ନେତୃତ୍ବରେ ବହୁ ପୁରୁଣା କର୍ମୀ ଓ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏକ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଜାରି ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି ଯେ ଅନୁଗୁଳ ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଚୟନରେ ଭୁଲ୍‌ ନିଷ୍ପତ୍ତି ହୋଇଛି। ଏଭଳି ନିଷ୍ପତ୍ତିିକୁ ପାର୍ଟିର ଅନୁଗୁଳ ବିଧାନସଭା ନିର୍ବାଚନମଣ୍ତଳୀର କାର୍ଯ୍ୟକର୍ତ୍ତା ଓ ଭୋଟର ଭାଇଭଉଣୀମାନେ ନାପସନ୍ଦ କରିଛନ୍ତି। ବାରମ୍ବାର ରାଜ୍ୟ ନେତୃତ୍ବଙ୍କୁ ଅନୁରୋଧ କରାଯିବା ପରେ ମଧୢ ତାହାକୁ କର୍ଣ୍ଣପାତ କରାଗଲା ନାହିଁ। ପାର୍ଟିର ବିଚାରଧାରାରେ ଥିବା ନେତାଙ୍କୁ ପ୍ରାର୍ଥୀ କରାଗଲା ନାହିଁ। ବର˚ ସ୍ବେଚ୍ଛାଚାରିତାର ପରିଚୟ ଦେଇ କ˚ଗ୍ରେସରୁ ଆସିଥିବା ଜଣେ ନେତାଙ୍କୁ ପ୍ରାର୍ଥୀ କରାଗଲା। ପାର୍ଟିର କାର୍ଯ୍ୟକର୍ତ୍ତାମାନଙ୍କ ପ୍ରତି ଅନ୍ୟାୟ କରାଯାଇଛି। ପ୍ରତାପ ପ୍ରଧାନଙ୍କୁ କଦାପି ଗ୍ରହଣ କରାଯିବ ନାହିଁ। ଏଣୁ ବୈଠକରେ ପାର୍ଟିର ଜଣେ ପୁରାତନ ନେତାଙ୍କୁ ଏହି ନିର୍ବାଚନରେ ପ୍ରାର୍ଥୀ କରାଯିବା ପାଇଁ କାର୍ଯ୍ୟକର୍ତ୍ତାମାନେ ନିଷ୍ପତ୍ତି ନେଇଥିବା କୁହାଯାଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବିଜେପି ଓବିସି ମୋର୍ଚ୍ଚା ସାଧାରଣ ସ˚ପାଦକ ନିର୍ମଳ ଅଗ୍ରଵାଲ, ମଣ୍ତଳ ସଭାପତି ଭୀମସେନ ଛୁରିଆ, ଯୁବମୋର୍ଚ୍ଚା ସଭାପତି ବିକାଶ ସାହୁ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ହୃଦାନନ୍ଦ ସାହୁ, କୁନା ଗଡ଼ନାୟକ, ର˚ଜନ ବିଶୋଇ, ସ˚ଜୀବ ପଣ୍ତା, ଜିଲ୍ଲା ଆଇଟି ସେଲ୍‌ ସ˚ଯୋଜକ ରଣଜିତ ଦାଶ, ବଜର˚ଗ ଦଳର ଜିଲ୍ଲା ସଭାପତି ଗୁରୁ ପ୍ରଧାନ, ଆର‌୍‌ଏସ୍‌ଏସ୍‌ର ପୂର୍ବତନ ଢେଙ୍କାନାଳ ବିଭାଗ କାର୍ଯ୍ୟବାହ ପ୍ରଭାତ ଧର ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ।

ଉଲ୍ଲେଖଯୋଗ୍ୟ ଯେ, ଗତ ଜାନୁଆରିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବଅଁରପାଳ ଗସ୍ତ ବେଳେ ପ୍ରତାପ ପ୍ରଧାନଙ୍କୁ ଅନୁଗୁଳ ବିଧାନସଭା ପ୍ରାର୍ଥୀ କରାଯିବା ପ୍ରସ˚ଗକୁ ନେଇ ଓବିସି ମୋର୍ଚ୍ଚା ସଭାପତି ଶ୍ରୀ ପ୍ରଧାନ କେନ୍ଦ୍ରମନ୍ତ୍ରୀଙ୍କୁ ‘ବିଜେପି ଆପଣଙ୍କ ପୈତୃକ ସ˚ପତ୍ତି କି ? ’ ବୋଲି ପ୍ରଶ୍ନ କରିଥିଲେ।

ସମ୍ବନ୍ଧିତ ଖବର