ଆସିଲା ଅନୁଗୁଳର ବହୁଚର୍ଚ୍ଚିତ ଆଖିତଡ଼ା ଘଟଣାର ପୋଷ୍ଟମର୍ଟମ ରିପୋର୍ଟ, ଜାଣନ୍ତୁ କ’ଣ କହିଲେ ସିଡିଏମଓ

ଅନୁଗୁଳ: ଅନୁଗୁଳର ବହୁ ଚର୍ଚ୍ଚିତ ଆଖି ଗାଏବ ଘଟଣା । ଆସିଲା ଆଖି ତଡା ରିପୋର୍ଟ । ପୋଷ୍ଟମର୍ଟମ ପରେ ଆସିଲା ୨ ମୃତକଙ୍କ ରିପୋର୍ଟ । ପୋଷ୍ଟମର୍ଟମପରେ ତାଜୁବ କରିଦେଲା ରିପୋର୍ଟ । ରିପୋର୍ଟରେ ଆସିଲା ଆଖି ଗାଏବର ସତ । ଅନୁଗୁଳ ମେଡିକାଲରରୁ ଆଖି ଗାଏବ ଘଟଣା ମିଛ । କିଏ ତାଡି ନେଉଥିବା କଥା ବି ସମ୍ପୂର୍ଣ୍ଣ ମିଛ । ଶବାଗାରରେ ମୂଷା ଖାଉଥିବା କଥାକୁ ବି ଭୁଲ ପ୍ରମାଣିତ କଲା ପୋଷ୍ଟମର୍ଟମ ରିପୋର୍ଟ ।

ତେବେ ସେପ୍ଟସେମିଆ ରୋଗ ଯୋଗୁଁ ଶିଶୁକନ୍ୟାର ଆଖି ନଷ୍ଟ ହୋଇଛି । ସେହିପରି ଦ୍ୱିତୀୟ ଗାଏବ ଅଭିଯୋଗଟି ଦୁର୍ଘଟଣାରେ ଆଖି ନଷ୍ଟ ହୋଇଥିବା ରିପୋର୍ଟରେ ପ୍ରକାଶ ପାଇଛି । ତେବେ ଆଖି ଶବାଗାରରୁ ଚୋରି ହୋଇନଥିବା କଥା ପୋଷ୍ଟମର୍ଟମ ପରେ କହିଛନ୍ତି ସିଡିଏମଓ ପ୍ରତାପ କୁମାର ବେହେରା ।

photo-medical news today

ଗତ ୧୯ ତାରିଖରେ ଅନୁଗୁଳ ମେଡିକାଲର ଶବାଗାରରୁ ୪ ବର୍ଷର ଶିଶୁକନ୍ୟାର ୨ଟି ଆଖି ଗାଏବ ହୋଇଥିବା ଖବର ମିଳିଥିଲା । ଶବାଗାରରୁ କେହି ଶିଶୁର ୨ଟି ଆଖି ତାଡି ନେଇଥିବା ଅଭିଯୋଗ ହୋଇଥିଲା । ନୂଆହତା ଗାଁର ଶିଶୁ ଆଖି ଗାଏବ ପରେ ସାରା ଅନୁଗୁଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା ଉକ୍ତ ଘଟଣାର ସପ୍ତାହେ ନପୁରୁଣୁ ପୁଣି ଏକ ଶବରୁ ଆଖି ଗାଏବ ହୋଇଥିଲା । ଜରପଡା ଥାନା କୁଶକିଳା ଗାଁର ଜମ୍ବେଶ୍ୱର ନାୟକଙ୍କ ଡାହାଣ ଆଖି ଚୋରି ହୋଇଥିବା ଅଭି ଯୋଗ ହୋଇଥିଲା । ହେଲେ ଆଜି ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଶବାଗାରୁ ଆଖି ଚୋରି ହୋଇନଥିବା କଥା ସ୍ପଷ୍ଟ ହୋଇଛି ।

ସମ୍ବନ୍ଧିତ ଖବର