ଅନୁଗୁଳ‌ ବନ୍ଦ : ଗାଡ଼ିମଟର ଚଳାଚଳ ଠପ୍‌, ସହର ଶୂନ୍‌ଶାନ୍‌

ଅନୁଗୁଳ : ଜିଲ୍ଲାରେ ବିଗୁଡୁଥିବା ସ୍ବାସ୍ଥ୍ୟସେବା ଓ ଆଇନଶୃଙ୍ଖଳା ସ୍ଥିତିର ପ୍ରତିବାଦରେ ଆଜି ଅନୁଗୁଳ ସହରରେ ବନ୍ଦ ପାଳିତ ହୋଇଛି। ବିଜେପି ପକ୍ଷରୁ ଆହୂତ ଏହି ବନ୍ଦକୁ ଦଳମତ ନିର୍ବିଶେଷରେ ସମର୍ଥନ ଯୋଗୁଁ ସହରର ଦୋକାନ ବଜାର ସମେତ ସରକାରୀ, ବେସରକାରୀ ଦପ୍ତର, ସ୍କୁଲକଲେଜ ତଥା ଗାଡ଼ିମଟର ଚଳାଚଳ ସଂପୂର୍ଣ୍ଣ ଠପ୍‌ ହୋଇଯାଇଥିଲା। ରାସ୍ତା ଅବରୋଧ ସହ ପିକେଟିଂ କରି କାର୍ଯ୍ୟାଳୟ ବନ୍ଦ କରାଉଥିବା ୩୦ ଜଣ ବିଜେପି ନେତା ଓ କର୍ମୀଙ୍କୁ ପୁଲିସ ଗିରଫ କରିନେବା ପରେ ଅପରାହ୍‌ଣ ସାଢେ ୨ଟା ପରେ ଜାତୀୟ ରାଜପଥ‌ରେ ଗାଡ଼ି ଚଳାଚଳ ଆରମ୍ଭ ହୋଇଥିଲା।

ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶବଗୃହରୁ ଗତ ୫ଦିନର ବ୍ୟବଧାନରେ ଦୁଇ ଦୁଇ ଜଣଙ୍କ ଆଖି ଗାଏବ ହୋଇଯାଇଛି। ସହରର ରାଜପଥ ପାର୍ଶ୍ବରେ ସଂପର୍କୀୟଙ୍କ ସହିତ ‌ଶୋଇଥିବା ଜଣେ ନିଷ୍ପାପ ଶିଶୁକନ୍ୟାକୁ ଉଠାଇ ନେଇ ଦୁଷ୍କର୍ମ କରିବା ସହିତ ଅଳିଆଗଦାକୁ ଫିଙ୍ଗି ଦିଆଯାଇଥିଲା। ଏଥିପାଇଁ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିକୁ ଦାୟୀ କରି ବିଜେପି ପକ୍ଷରୁ ଆଜି ‘ଅନୁଗୁଳ ସହର ବନ୍ଦ’ ଡାକରା ଦିଆଯାଇଥିଲା।

ସମ୍ବନ୍ଧିତ ଖବର