ଅନୁଗୁଳରେ ଟ୍ରେନ ସମ୍ମୁଖକୁ ଡ଼େଇଁ ଯୁବକଙ୍କ ଆତ୍ମହତ୍ୟା

ଅନୁଗୁଳ : ସ୍ଥାନୀୟ କୁମଣ୍ଡ ଚଣ୍ଡୀ ବଜାର ରେଳ ଷ୍ଟେସନରେ ଜଣେ ଯୁବକ ଟ୍ରେନ ଆଗକୁ ଡ଼େଇଁ ଆତ୍ମହତ୍ୟା କରିଛନ୍ତି । ମୃତଦେହ ପାଖରୁ ମୃତକଙ୍କ ପରିଚୟ ପତ୍ର ମିଳିଥିବା ବେଳେ ତାଙ୍କ ନାଁ ଲୋକନାଥ ସାହୁ ବୋଲି ଜଣା ପଡ଼ିଛି । ସେ ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା ଅନ୍ତର୍ଗତ ବଲମ ଗାଁର ।

ଉପସ୍ଥିତ ଲୋକଙ୍କ କହିବା ଅନୁଯାୟୀ, ଯୁବକ ଦୀର୍ଘ ସମୟ ଧରି ଷ୍ଟେସନରେ ବୁଲୁଥିବା ବେଳେ ଟ୍ରେନ ଆସିବା ଦେଖି ହଠାତ୍‌ ଟ୍ରେନ ଆଗକୁ ଡ଼େଇଁ ପଡ଼ିଥିଲେ । ଆତ୍ମହତ୍ୟା ପଛର କାରଣ ଅସ୍ପଷ୍ଟ ଥିବା ବେଳେ ଏ ନେଇ ପୁଲିସକୁ ସୂଚନା ଦିଆଯାଇଛି ।

ସମ୍ବନ୍ଧିତ ଖବର