ଅନୁଗୁଳ-ତାଳଚେର ରେଳଲାଇନ ମରାମତି ଶେଷ: ଆଜିଠୁ ରେଳ ଚଳାଚଳ

ଅନୁଗୁଳ/ବଅଁରପାଳ : ତାଳଚେର ରୋଡ ଷ୍ଟେସନ ନିକଟରେ ସଂଘଟିତ ରେଳ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ଟ୍ରାକ୍‌ର ମରାମତି ଶେଷ ହୋଇଛି।

ରେଳ ଟ୍ରାକ୍‌ରୁ ଦୁର୍ଘଟଣାଗ୍ରସ୍ତ ଇଞ୍ଜିନ ଓ ବଗିଗୁଡିକୁ ହଟାଇ ଦିଆଯାଇଥିଲାବେଳେ ଟ୍ରାକ ମରାମତି କାର୍ଯ୍ୟ କରାଯାଇଛି। ଆଜି ରାତିରେ ଏହା ଶେଷ ହୋଇଥିବାରୁ ଆଜି ବିଳମ୍ବିତ ରାତି କିମ୍ବା ଆସନ୍ତାକାଲିଠାରୁ ଅନୁଗୁଳ-ଢେଙ୍କାନାଳ ରୁଟ୍‌ରେ ରେଳ ଚଳାଚଳ ସ୍ବାଭାବିକ ହେବ ବୋଲି ଅନୁମାନ କରାଯାଉଛି। ଉଲ୍ଲେଖଯୋଗ୍ୟ ଯେ ଗତ ସୋମବାର ରାତିରେ ସଂଘଟିତ ମାଲବାହୀ ଟ୍ରେନ୍‌ ଦୁର୍ଘଟଣା ଯୋଗୁଁ ଗତ ତିନିଦିନ ଧରି ତାଳଚେର-ସମ୍ବଲପୁର ରୁଟ୍‌ରେ ରେଳ ଚଳାଚଳ ସଂପୂର୍ଣ୍ଣ ବ୍ୟାହତ ହୋଇଛି।

ସମ୍ବନ୍ଧିତ ଖବର