ଅନୁପ ସାହୁ ଭୁବନେଶ୍ୱର ଡିସିପି

ବଦଳିଲେ ୩୬ ଆଇପିଏସ୍‌

ଉତ୍ତରାଞ୍ଚଳ ଡିଆଇଜି ହେଲେ ସତ୍ୟବ୍ରତ ଭୋଇ
ବରଗଡ଼ରୁ ଜଗତସିଂହପୁର ଫେରିଲେ ପଙ୍କଜ

ଭୁବନେଶ୍ୱର : ରାଜ୍ୟ ସରକାର ଆଇପିଏସ୍‌ ସ୍ତରରେ ଆଜି ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି। ଏକାଥରେ ୩୬ ଜଣ ପୁଲିସ ଅଧିକାରୀଙ୍କ ବଦଳି ହୋଇଛି। ଗୁଇନ୍ଦା ବିଭାଗର ସ୍ୱତନ୍ତ୍ର ନିର୍ଦେଶକ ତଥା ଅତିରିକ୍ତ ଡିଜି ଅରୁଣ କୁମାର ଷଡ଼ଙ୍ଗୀଙ୍କୁ ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ୍‌ ଏକାଡେମିର ନିର୍ଦେଶକ ତଥା ଅତିରକ୍ତି ଡିଜି, ତାଲିମ ଦାୟିତ୍ୱ ପ୍ରଦାନ କରାଯାଇଛି। ସେହିଭଳି ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇଙ୍କୁ ଉତ୍ତରାଞ୍ଚଳ ରେଞ୍ଜ ଡିଆଇଜି କରାଯାଇଥିବା ବେଳେ ତାଙ୍କ ସ୍ଥାନରେ ଭଦ୍ରକ ଏସ୍‌ପି ଅନୁପ ସାହୁଙ୍କୁ ଭୁବନେଶ୍ୱର ଡିସିପି କରାଯାଇଛି।

ବିଜେପୁର ଉପନିର୍ବାଚନ ସମୟରେ ଜଗତସିଂହପୁରରୁ ବରଗଡ଼ ଏସପି ଭାବେ ବଦଳି ହୋଇଥିବା ଜୟ ନାରାୟଣ ପଙ୍କଜଙ୍କୁ ଜଗତସିଂହପୁରକୁ ଫେରାଇ ଅଣାଯାଇଛି। ନବରଙ୍ଗପୁର ଏସ୍‌ପି ମୁକେଶ କୁମାର ଭାମୁଙ୍କୁ ବରଗଡ଼ ଏସ୍‌ପି ଭାବେ ବଦଳି କରାଯାଇଛି।

ଗଞ୍ଜାମ ଏସ୍‌ପି ଆଶିଷ ସିଂହଙ୍କୁ ପଦୋନ୍ନତି ପରେ ନୂଆ ନିଯୁକ୍ତି ମିଳିଛି। କିନ୍ତୁ ନୂଆ ପଦବିରେ ବି ସେ ଗଞ୍ଜାମ ଦାୟିତ୍ୱରେ ହିଁ ରହିବେ। ତାଙ୍କୁ ଦକ୍ଷିଣାଞ୍ଚଳ ରେଞ୍ଜ୍‌ ଡିିଆଇଜି ଭାବେ ଅବସ୍ଥାପିତ କରାଯାଇଛି। ଅନୁଗୁଳ ଏସ୍‌ପି ବ୍ରିଜେଶ ରାୟଙ୍କୁ ଗଞ୍ଜାମ ଏସ୍‌ପି ଭାବେ ନିଯୁକ୍ତି ଦିଆଯାଇଛି।

ଏଡିଜି ଏମ୍‌କେ ଛାବ୍ରାଙ୍କୁ ରାଜ୍ୟ ସଶସ୍ତ୍ର ବଳ ଏଡିଜି ଭାବେ ବଦଳି କରାଯାଇଥିବା ବେଳେ ସଶସ୍ତ୍ର ବଳ ଏଡିଜି ବି ରାଧିକାଙ୍କ ବଦଳି ପୁଲିସ ମୁଖ୍ୟାଳୟକୁ ହୋଇଛି। ଉତ୍ତରାଞ୍ଚଳ ରେଞ୍ଜ ଆଇଜି ଏସ୍‌କେ ନାଥଙ୍କୁ ରାଜ୍ୟ ଫୋରେନ୍‌ସିକ ଲାବୋରାଟାରିର ଏଡିଜି ପାହ୍ୟାକୁ ପଦୋନ୍ନତି ମିଳିଛି। ପୂର୍ବାଞ୍ଚଳ ରେଞ୍ଜ ଆଇଜି ବିନୟତୋଷ ମିଶ୍ରଙ୍କୁ ଏଡିଜି ପୁଲିସ ଆଧୁନିକୀରଣ ଦାୟିତ୍ୱ ମିଳିଛି। ଆଇଜି ଅପରେସନ୍‌ ଆର୍‌ପି କୋଚେଙ୍କୁ ଏଡିଜିପି ଅପରେସନ ଭାବେ ପଦୋନ୍ନତି ମିଳିଛି। କ୍ରାଇମ୍‌ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ଆଇଜି ଆର୍‌ କେ ଶର୍ମାଙ୍କୁ ଗୁଇନ୍ଦା ବିଭାଗକୁ ବଦଳି କରାଯାଇଛି। ଆଡିସ୍‌ନାଲ ପୁଲିସ କମିସନର ପିଏସ୍‌ ରଣପିସେଙ୍କ ବଦଳି ପର୍ସନାଲ ବିଭାଗକୁ ହୋଇଛି। ପୁଲିସ ଆଧୁନିକୀରଣ ଆଇଜି ଅରୁଣ ବୋଥ୍ରାଙ୍କ ବଦଳି କ୍ରାଇମ୍‌ବ୍ରାଞ୍ଚକୁ ହୋଇଛି। ଆଇଜି ପର୍ସୋନାଲ ସଂଜୟ କୁମାର ସିଂହଙ୍କ ବଦଳି କମିସନରେଟ ପୁଲିସକୁ ହୋଇଛି। ଦକ୍ଷିଣାଞ୍ଚଳ ରେଞ୍ଜ ଆଇଜି ଘନଶ୍ୟାମ ଉପାଧ୍ୟାୟଙ୍କୁ ତାଳଚେର ଉତ୍ତର-କେନ୍ଦ୍ରାଞ୍ଚଳ ଆଇଜି ଭାବେ ବଦଳି କରାଯାଇଥିବା ବେଳେ ସେଠାରେ ଥିବା ଡିଆଇଜି ଯତୀନ୍ଦ୍ରନାଥ କୋୟଲଙ୍କୁ ଭିଜିଲାନ୍ସ ଆଇଜି ଭାବେ ବଦଳି କରାଯାଇଛି।

ଭିଜିଲାନ୍ସ ଡିଆଇଜି ଏ ଏନ୍‌ ସିହ୍ନାଙ୍କୁ ବାଲେଶ୍ୱର ପୂର୍ବାଞ୍ଚଳ ରେଞ୍ଜ ଡିଆଇଜି ଭାବେ ବଦଳି କରାଯାଇଛି। କ୍ରାଇମ୍‌ବ୍ରାଞ୍ଚ ଡିଆଇଜି ଏନ୍‌ କେ କାନୋଡିଆଙ୍କ ବଦଳି କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖାକୁ ହୋଇଛି। କମ୍ପ୍ୟୁଟର ଡିଆଇଜି ଦୀପ୍ତେଶ କୁମାର ପଟ୍ଟନାୟକ ଏଚ୍‌ଆରପିସିକୁ ବଦଳି ହୋଇଛନ୍ତି। ମୟୂରଭଞ୍ଜ ଏସ୍‌ପି ଅନିରୁଦ୍ଧ କୁମାର ସିଂହଙ୍କ ବଦଳି ଚନ୍ଦକା ଏସ୍‌ଓଜିକୁ ହୋଇଛି। ବାରିପଦା ୫ମ ବାଟାଲିଅନ୍‌ କମାଣ୍ଡାଣ୍ଟ ଅଶ୍ୱିନୀ କୁମାରଙ୍କୁ ମୟୂରଭଞ୍ଜ ଏସ୍‌ପି ଭାବେ ବଦଳି କରାଯାଇଛି। କନ୍ଧମାଳ ଏସ୍‌ପି ମିତ୍ରଭାନୁ ମହାପାତ୍ରଙ୍କୁ ଅନୁଗୁଳ ଏସ୍‌ପି, ବାଲେଶ୍ୱର ଏସ୍‌ପି ନୀତି ଶେଖରଙ୍କୁ କଟକ କ୍ରାଇମ୍‌ବ୍ରାଞ୍ଚ, ସୁନ୍ଦରଗଡ଼ ଏସ୍‌ପି ପିନାକ ମିଶ୍ରଙ୍କୁ ବ୍ରହ୍ମପୁର ଏସ୍‌ପି ଭାବେ ବଦଳି କରାଯାଇଛି। ବାଲେଶ୍ୱର ଏସ୍‌ପି ଭାବେ ବି. ଯୁଗଳ କିଶୋର କୁମାରଙ୍କୁ ନିଯୁକ୍ତି ମିଳିଛି। ଦେବଗଡ଼ ଏସ୍‌ପି ବାଟୁଲା ଗଙ୍ଗାଧରଙ୍କୁ ଭଦ୍ରକ ଏସ୍‌ପି ଭାବେ ବଦଳି କରାଯାଇଛି। କମିସନରେଟ୍‌ ପୁଲିସ ମୁଖ୍ୟାଳୟରେ ଥିବା ଡିସିପି ଅନୁପମା ଜେମ୍ସଙ୍କୁ ଦେବଗଡ଼ ଏସ୍‌ପି ଭାବେ ବଦଳି କରାଯାଇଛି। ପାନପୋଷ ଏସଡିପିଓ ସୌମ୍ୟା ମିଶ୍ରଙ୍କୁ ସୁନ୍ଦରଗଡ଼ ଏସ୍‌ପି, ବାଲିଗୁଡା ଏସ୍‌ଡିପିଓ ବିବେକାନନ୍ଦ ଶର୍ମାଙ୍କୁ ନବରଙ୍ଗପୁର ଏସ୍‌ପି, ମାଲକାନାଗିରି ଏସ୍‌ଡିପିଓ ପ୍ରତୀକ ସିଂହଙ୍କୁ କନ୍ଧମାଳ ଏସ୍‌ପି ଭାବେ ବଦଳି କରାଯାଇଛି। ଏସ୍‌ଆଇଡବ୍ଲ୍ୟୁ ଏସ୍‌ପି କାର୍ତିକେଶ୍ୱର ସାମଲଙ୍କୁ ସେହି ଏସ୍‌ଆଇଡବ୍ଲ୍ୟ, ବାଲେଶ୍ୱର ଅତିରିକ୍ତ ଏସ୍‌ପି ସନ୍ତୋଷ କୁମାର ନାଏକଙ୍କୁ ଢ଼େଙ୍କାନାଳ ଏସ୍‌ପି, ଢ଼େଙ୍କାନାଳ ଏସ୍‌ପି ବସନ୍ତ ପାଣିଗ୍ରାହୀଙ୍କୁ ପୁଲିସ ମୁଖ୍ୟାଳୟ, ପ୍ରାଣଧନ ମହାପାତ୍ରଙ୍କୁ କମିସନରେଟ୍‌ ପୁଲିସ ମୁଖ୍ୟାଳୟରେ ନିଯୁକ୍ତି ମିଳିଛି।

ସମ୍ବନ୍ଧିତ ଖବର