ଝାରସୁଗୁଡ଼ା: ଆମ ପରିବାରର ମାନବିକ ଅଧିକାର ହନନ ହୋଇଛି। ମୋ ବାପାଙ୍କୁ ଜଣେ ଅପରାଧୀ ଭାବରେ ରାୟଗଡ଼ ଏସ୍ପି ସନ୍ତୋଷ ସିଂହ ଚିତ୍ରଣ କରି ସର୍ବ ସମ୍ମୁଖରେ ନିନ୍ଦିତ କରିବା ପାଇଁ ତାଙ୍କୁ ଗିରଫ କରିବା ପରେ ମୁହଁକୁ ଖୋଲାରଖି ଗଣମାଧ୍ୟମ ଆଗରେ ହାଜର କରିବା ଏବଂ ଆମକୁ ନଜଣାଇ ତାଙ୍କୁ ଉଠାଇ ନେବା ଭଳି କାର୍ଯ୍ୟ ଆମ ପରିବାରର ମାନବିକ ଅଧିକାରର ହନନ କରିଛି ବୋଲି କହିଛନ୍ତି ପୂର୍ବତନ ବିଧାୟକ ଅନୁପ ସାଏଙ୍କ ଝିଅ ଶୁଭ୍ରସ୍ମିତା ସାଏ।
ଆଜି ସ୍ଥାନୀୟ ସର୍କିଟ ହାଉସଠାରେ ରାଜ୍ୟ ମାନବିକ ଅଧିକାର କମିଶନର ଅଧ୍ୟକ୍ଷ ବିମଳ ପ୍ରସାଦ ଦାସ ଓ ସଦସ୍ୟ ଅସୀମ ଅମିତାଭ ଦାସଙ୍କ ଝାରସୁଗୁଡ଼ା ଗସ୍ତ ଅବସରରେ ତାଙ୍କୁ ସାକ୍ଷାତ କରି ପୂର୍ବତନ ବିଧାୟକ ଅନୁପ ସାଏଙ୍କ ଝିଅ ଶୁଭ୍ରସ୍ମିତା ସାଏ ଏକ ଲିଖିତ ଆବେଦନ କରିଛନ୍ତି। ଚାରିବର୍ଷ ତଳେ ଛତିଶଗଡ଼ର ଚକ୍ରଧରନଗର ଥାନା ଅନ୍ତର୍ଗତ ସମ୍ବଲପୁରୀ ଗ୍ରାମ ନିକଟରେ ଘଟିଥିବା ମା’-ଝିଅଙ୍କ ଡ଼ବଲ ମର୍ଡ଼ର ଘଟଣାରେ ପୁଲିସ ଗତ ୧୨ ତାରିଖ ଦିନ ସନ୍ଧ୍ୟା ସାଢ଼େ ୬ ଟାରେ ପରିବାର ଲୋକଙ୍କୁ ନଜଣାଇ ପୁଲିସ ସବୁ ନିୟମ କାନୁନକୁ ଖିଲାଫ କରି ମୋର ବାପା ଅନୁପ ସାଏଙ୍କୁ ଉଠାଇ ନେଇଥିବା ସେ ଅଭିଯୋଗ କରିଛନ୍ତି।
ଅନୁପଙ୍କ ପରିବାର କହିବାନୁସାରେ, ରାୟଗଡ଼ ପୁଲିସ ରାତିଅଧରେ ଉଠାଇ ନେବାକୁ ସେମାନଙ୍କୁ ଧମକ ଦେଉଛି। ଅନୁପ ସାଏଙ୍କ ଜନ୍ମରୁ ଦିବ୍ୟାଙ୍ଗ ଝିଅ ଶୁଭ୍ରସ୍ମିତା ସାଏ ଚିଠିରେ ଉଲ୍ଳେଖ କରିଛନ୍ତି କି, ‘ମୁଁ ଜଣେ ମୁକ, ବଧିର ଝିଅ। ମୋ ପାଇଁ ମୋର ସମଗ୍ର ପରିବାର ସବୁବେଳେ ଚିନ୍ତାଗ୍ରସ୍ତ ରହି ଆସୁଛନ୍ତି। ଏଭଳି ପରିସ୍ଥିତିରେ ମୋ ବାପାଙ୍କ ବେଆଇନ ଗିରଫଦାରୀ ସାଙ୍ଗକୁ ଏହି ଘଟଣାରେ କୋର୍ଟରେ ଶୁଣାଣି ଆରମ୍ଭ ହୋଇ ନ ଥିବା ବେଳେ ମୋ ବାପାଙ୍କୁ ସ୍ପଷ୍ଟ ଭାବେ ହତ୍ୟାକାରୀ ବୋଲି ଗଣମାଧ୍ୟମରେ ଖବର ପ୍ରସାରଣ କରାଯାଉଛି, ଏହା ମୋର ଭବିଷ୍ୟତକୁ ସଙ୍କଟରେ ପକାଇ ଦେଇଛି। ଏହାଛଡ଼ା ଆମ ସମଗ୍ର ପରିବାରର ମାନବାଧିକାର ଉଲ୍ଲଂଘନ ଗୁରୁତର ଭାବେ ହୋଇଛି।
/sambad/media/post_attachments/1220653c7e4e81677c90f18d6b8aa9420b62fd1db675dd93b45a5aa1a1c851ab.jpeg)
ଛତିଶଗଡ଼ ରାଜ୍ୟର ରାୟଗଡ଼ ପୁଲିସ ୨୦୧୬ ମସିହାରେ ଘଟିଥିବା ଏକ ତଥାକଥିତ ହତ୍ୟାକାଣ୍ଡରେ ମୋ ବାପାଙ୍କୁ ଅଭିଯୁକ୍ତ କରି ବ୍ରଜରାଜନଗର ଜୁନାନୀମୁଣ୍ଡା ଶିରିଡ଼ି ସାଇ ମନ୍ଦିର ପରିସରରୁ ପରିବାରଲୋକଙ୍କୁ ନଜଣାଇ ସମସ୍ତ ନିୟମକୁ ଖିଲାଫ କରି ଉଠାଇ ନେଇଥିଲା। କେବଳ ଏତିକି ନୁହେଁ, ରାୟଗଡ଼ ପୁଲିସ ମୋ ବାପାଙ୍କୁ ରିମାଣ୍ଡ ଆଳରେ ଆଣି ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ହତ୍ୟାକାଣ୍ଡରେ ସମ୍ପୃକ୍ତି ଥିବା ନେଇ ବୟାନ ଦେବାକୁ ବାଧ୍ୟ କରୁଛି। ଏଥିସହିତ ମୋ ଭାଇ ଶୁଭମ୍ ସାଏକୁ ମଧ୍ୟ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତି ଥିବା ନେଇ ରାୟଗଡ଼ ପୁଲିସ ହାଜର ହେବାକୁ ନୋଟିସ୍ ପଠାଇଛି।
ଏଭଳି ସମୟରେ ପରିବାରର ସୁରକ୍ଷା ଏବଂ ପ୍ରତିଷ୍ଠା ପାଇଁ ଅନୁପ ସାଏଙ୍କ ଝିଅ ରାୟଗଡ଼ା ଏସପି ସନ୍ତୋଷ ସିଂହ, ଅତିରିକ୍ତ ଏସପିଙ୍କ ସମେତ ମାମଲାର ସମସ୍ତ ତଦନ୍ତକାରୀ ଅଧିକାରୀଙ୍କ ବିରୋଧରେ ମାନବାଧିକାର ଆଇନର ଉଲଂଘନ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଓଡ଼ିଶା ରାଜ୍ୟ ମାନବାଧିକାର କମିଶନଙ୍କୁ ନିବେଦନ କରିଛନ୍ତି।
ବହୁଚର୍ଚ୍ଚିତ ମା’-ଝିଅ (କଳ୍ପନା ଦାଶ ଓ ବବ୍ଲି) ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଅନୁପ ସାଏଙ୍କ ୩ ଦିନିଆର ରିମାଣ୍ଡ ଶେଷ ହେବା ପରେ ତାଙ୍କୁ ପୁଣି ଥରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏପଟେ ଦୁଇଦିନ ତଳେ ଛତିଶଗଡ଼ର ରାୟଗଡ଼ ପୁଲିସ ଦ୍ୱାରା ଧମକ ମିଳିବା ପରେ ଅନୁପଙ୍କ ପୂରା ପରିବାର ସ୍ତ୍ରୀ, ପୁଅ ଓ ଝିଅ, ଭାଇ ଓ ଭାଉଜ ଜିଲ୍ଲାପାଳଙ୍କୁ ଫେରାଦ ଦେବା ପାଇଁ ୨୨ ଘଣ୍ଟା ଧାରଣାରେ ବସିବା ପରେ ଉଠିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/758.jpg)