ରାୟଗଡ଼: ବହୁଚର୍ଚ୍ଚିତ ମା’-ଝିଅ (କଳ୍ପନା ଦାଶ ଓ ବବ୍ଲି) ହତ୍ୟାକାଣ୍ଡ ଘଟଣାରେ ଛତିଶଗଡ଼ ରାଜ୍ୟର ରାୟଗଡ଼ ଜିଲ୍ଲା କୋର୍ଟରେ ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଆଜି ହାଜର କରାଯାଇଛି। ଅନୁପ ସାଏଙ୍କୁ ବନ୍ଦୀ ଗୃହରୁ ଅଣାଯାଇ ପୁଲିସର କଡ଼ା ସୁରକ୍ଷା ଭିତରେ କୋର୍ଟକୁ ନିଆଯାଇଥିଲା। ଅନୁପଙ୍କ ସହ ତାଙ୍କ ଡ୍ରାଇଭରଙ୍କୁ ମଧ୍ୟ କୋର୍ଟରେ ହାଜର କରାଯାଇଥିଲା। ତେବେ ହତ୍ୟାକାଣ୍ଡରେ ସଂପୃକ୍ତି ନେଇ ଡ୍ରାଇଭର ବର୍ମନ ଟପ୍ପୋ ଅସ୍ୱୀକାର କରିଛି।
ଏହା ପୂର୍ବରୁ ଡବଲ ମର୍ଡରର ମୁଖ୍ୟ ଅଭିଯୁକ୍ତ ତଥା ପୂର୍ବତନ ବିଧାୟକ ଅନୁପ ସାଏଙ୍କ ଆକାଉଣ୍ଟ ଥିବା ଏସବିଆଇ ଓ ୟୁକୋ ବ୍ୟାଙ୍କରେ ପୁଲିସ ଛାନଭିନ୍ କରିଛି । ସେହିପରି ଅନୁପ ସାଏଙ୍କ ପୁତୁରାକୁ ଛତିଶଗଡ଼ ପୁଲିସ ନୋଟିସ ଦେଇଥିବା ଜଣାଯାଇଛି। ମୃତ କଳ୍ପନାଙ୍କ ସମ୍ପର୍କୀୟଙ୍କ ଘରେ ମଧ୍ୟ ପୁଲିସ ଛାନଭିନ କରିଛି । ଏଥିସହ ମୃତ କଳ୍ପନାଙ୍କ ସଂପର୍କୀୟଙ୍କୁ ମଧ୍ୟ ନୋଟିସ୍ ଜାରି କରିଛି ପୁଲିସ୍।
ଡବଲ ମର୍ଡର ଘଟଣାରେ କେବଳ ବୋଲେରୋ ଗାଡି ନୁହେଁ, ତାହା ସହ ଏକ ଇନୋଭା ଗାଡି ବ୍ୟବହାର ହୋଇଥିବା ସନ୍ଦେହ କରାଯାଉଛି ବୋଲି କହିଛନ୍ତି ରାୟଗଡ ଏସପି। କଳ୍ପନା ଓ ବବଲିଙ୍କୁ ହତ୍ୟା ପରେ ତାଙ୍କ ପରିଚୟ ନଷ୍ଟ କରିବା ଲାଗି ଶବ ଉପରେ ବାରମ୍ବାର ଗାଡ଼ି ଚା ଯାଇଥିଲା। ପୁରା ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଅଭିଯୁକ୍ତ ଅନୁପ ସାଏ ଓ ତାଙ୍କ ଡ୍ରାଇଭର ବର୍ମନ ଟପ୍ପୋ ତଦନ୍ତରେ ସହଯୋଗ କରୁନାହାନ୍ତି। ସେମାନଙ୍କୁ ରିମାଣ୍ଡରେ ଆଣି ଜେରା କରିବ ପୁଲିସ। ଆବଶ୍ୟକ ପଡିଲେ ଉଭୟଙ୍କୁ ଓଡ଼ିଶା ନିଆଯିବ ବୋଲି ଏସପି ସନ୍ତୋଷ ସିଂ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/anup5.jpg)