‘ମିସ୍‌ ଇଣ୍ଡିଆ ଏଲିଗେଣ୍ଟ୍‌’ରେ ରାଉରକେଲାର ଅନ୍ବେଷା ଦ୍ବିତୀୟ ରନର୍ସ‌ଅପ୍‌

ରାଉରକେଲା: ଜାତୀୟସ୍ତରୀୟ ସୁନ୍ଦରୀ ପତ୍ରତିଯୋଗିତାରେ ଚମକିଛନ୍ତି ରାଉରକେଲାର ଝିଅ ଅନ୍ବେଷା ପାଟଯୋଶୀ। ଜୟପୁର(ରାଜସ୍ଥାନ)ରେ ଅନୁଷ୍ଠିତ ‘ମିସ୍‌ ଇଣ୍ଡିଆ ଏଲିଗେଣ୍ଟ୍‌-୨୦୨୨’ ପ୍ରତିଯୋଗିତାରେ ଅନ୍ବେଷା ଦ୍ବିତୀୟ ରନର୍ସ‌୍ଅପ୍‌ ହୋଇଛନ୍ତି। ‘ଦୀପ୍ରା ଫାଉଣ୍ଡେସନ ଓ ଏଲାଣ୍ଡି ମଡେଲ’ ଆୟୋଜିତ ଏହି ପ୍ରତିଯୋଗିତାରେ ଶତାଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ତେବେ ଫାଇନାଲ ପର୍ଯ୍ୟାୟକୁ ଦେଶର ବିଭିନ୍ନ ପ୍ରାନ୍ତର ୫୦ ଜଣ ପ୍ରତିଯୋଗୀ ଉନ୍ନୀତ ହୋଇଥିଲେ। ଅନ୍ବେଷା ପରିଧାନ କରିଥିବା ପୋଷାକକୁ ଜଣାଶୁଣା ଡିଜାଇନର ସାହିଲ ଖାନ ଓ ସାଇଦା ପରୱିନ ପ୍ରସ୍ତୁତ କରିଥିଲେ। ଉଲ୍ଲେଖଯୋଗ୍ୟ, ଅନ୍ବେଷା ହେଉଛନ୍ତି ଟିପିଡବ୍ଲ୍ୟୁଓଡିଏଲ ମହାପ୍ରବନ୍ଧକ ଆଶିଷ ପାଟଯୋଶୀ ଓ ଅପର୍ଣ୍ଣା ପାଟଯୋଶୀଙ୍କ ଝିଅ। ସେ ସଂପ୍ରତି ଦୀପିକା ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଯୁକ୍ତ ଦୁଇ ଦ୍ବିତୀୟ ବର୍ଷ ବିଜ୍ଞାନ ଛାତ୍ରୀ। ଏହି ସଫଳତା ପାଇଁ ସ୍କୁଲ ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି

ସମ୍ବନ୍ଧିତ ଖବର